ଜୁଲାଇ ୧୭ରେ ଚନ୍ଦ୍ରଗ୍ରହଣ, ସବୁଠାରୁ ଅଧିକ ଚନ୍ଦ୍ରଗ୍ରହଣ ରାତି ୩ଟା ସମୟରେ ଦେଖାଯିବ

ଜୁଲାଇ ୧୭ରେ ଚନ୍ଦ୍ରଗ୍ରହଣ, ସବୁଠାରୁ ଅଧିକ ଚନ୍ଦ୍ରଗ୍ରହଣ ରାତି ୩ଟା ସମୟରେ ଦେଖାଯିବ
ଜୁଲାଇ ୧୭ରେ ଚନ୍ଦ୍ରଗ୍ରହଣ, ସବୁଠାରୁ ଅଧିକ ଚନ୍ଦ୍ରଗ୍ରହଣ ରାତି ୩ଟା ସମୟରେ ଦେଖାଯିବ

ଭୁବନେଶ୍ଵର: ଜୁଲାଇ ୧୭ ତାରିଖର ଭୋର ସମୟରରେ ଆଂଶିକ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେଦିନ ଆକାଶ ମେଘମକ୍ତୁ ରହିଲେ ମଧ୍ୟ ରାତ୍ରି ପରେ ସମୟ ୦୧ ଟା ୩୧ ରୁ୦୪ ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲିଆଖିରେ ଦେଖିହେବ । ସବୁଠାରୁ ଅଧିକ ଚନ୍ଦ୍ରଗ୍ରହଣ ଯାହାକି ପ୍ରାୟ ୬୫% ରାତି ୦୩.୦୦ ସମୟରେ ଦେଖାଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭଳି ଏହି ସମୟରେକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯିବ ନାହିଁ କିନ୍ତୁ ଚନ୍ଦ୍ରକୁ ପ୍ରାୟ ୬୫% ଘୋଡାଇ ଦେଇଥିବା ଏକ କଳାରଙ୍ଗର ଛାଇ ସ୍ପଷ୍ଟ ରୂପେ ଦେଖିହେବ ।

ଏହିଆଂଶିକ ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତ ତଥା ଓଡିଶାର ସମସ୍ତ ସ୍ଥାନରେ ଏହା ଦୃଶୟମାନ ହେବ । ଆଂଶିକ ଗ୍ରହଣ ଜୁଲାଇ ୧୭ ତାରିଖ ଭୋର ୧୨ ଟା ୧୩ ମିନିଟ ସମୟରେ ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ କିନ୍ତୁ ଏହି ଦୃଶ୍ୟକୁଖାଲି ଆଖିରେ ଦେଖିହେବ ନାହିଁ ।

ଚନ୍ଦ୍ର, ଭୋର ୦୧ ଟା ୩୧ ରୁ ୦୪ ଟା ୨୯ ସମୟ ପୃଥିବୀର ଛାୟାରେ ରହିବ ଓ ସେହି ସମୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶୟକୁ ଖାଲି ଅଖିରେ ଦେଖିହେବ । ଏଠି ସୁଚାଇ ଦିଆଯାଇପାରେ ଯେ ଚନ୍ଦ୍ର ପୃଥିବୀ ଚାରି ପଟେ ଓ ପୃଥିବୀ ସୂର୍ଯ୍ୟ ଚାରି ପଟେ ଘୁରୁଛି । ଏହି ଭଳି ବୁଲି ବୁଲି ତିନୋଟି ପିଣ୍ଡ ବେଳେ ବେଳେ ଏକ ସରଳ ରେଖାରେ ରହିଥାଏ ଓ ସେସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ ।

ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ମାଝିରେ ଏକ ସରଳ ରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ମାଝିରେ ଏକ ସରଳରେଖାରେ ରହଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ସୂର୍ଯ୍ୟ ପରାଗ କେବଳ ଅମାବାସ୍ୟା ଦିନ ଓ ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଥମୀ ତିଥିରେ ପଡିଥାଏ ।

ଗୋଟିଏ ଇଂରାଜୀ ବର୍ଷରେ ୧୩ଟି ଅମାବାସୟା ଓ ୧୩ଟି ପୂର୍ଣ୍ଣିମା ପଡିଥାଏ ହେଲେ ସବୁ ଅମାବାସ୍ୟା ବା ପୂର୍ଣ୍ଣିମା ରେ ସୂର୍ଯ୍ୟ ପରାଗ ବା ଚନ୍ଦ୍ର ଗ୍ରହଣ ହୁଏ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ମାଝରେ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । କନ୍ତିୁ ପଥିୃବୀର ଦୁଇପ୍ରକାରର ଛାଇରହଛିି । ପ୍ରଥମଟି ଉପଛାୟା, ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟ ଓ ଦୁତୀୟଟି ଛାୟା ଯାହା ଏକ ଗାଢ କଳା ରଙ୍ଗର ଛାଇ ଓ ଖାଲିଆଖିରେ ପରିଷ୍କାର ଦେଖି ହୁଏ ।

ଉପଛାୟା ଟିବଡ ଓ ଅଧିକ ଅଞ୍ଚଳରେ ପଡୁଥିଲା ବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଆକାରର । ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁପୁରା ବାହାରି ଗଲେ ଗ୍ରହଣ ଶେଷ  ହୋଇଥାଏ । କିନ୍ତୁ ଚନ୍ଦ୍ର ଛାୟା ଭିତରେ ଥିବା ସମୟରେ ହିଁ କେବଳ ଖାଲିଆଖିରେ ଗ୍ରହଣ ଦେଖିହୁଏ । ଚନ୍ଦ୍ର ଗ୍ରହଣ ଦୁଇ ପ୍ରକାରର ଆଂଶକି ଓ ସଂପୂର୍ଣ୍ଣ । ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ପୂର୍ବରୁ ଓ ପରେ ଆମେ ଆଂଶିକ ଗ୍ରହଣ ଦେଖିଥାଉ । ଗ୍ରହଣ ଓ ପରାଗ ଆଦି ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର ଯେ କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ ।

ଚଳିତ ଚନ୍ଦ୍ର ଗ୍ରହଣଟି ରାତି ବେଳେ ଦେଖାଯାଉଥିବାରୁ ଓ ଆକାଶ ମେଘାଚ୍ଛନ ରହିବାର ସଂଭାବନା ଥିବାରୁ ପଠାଣିସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ଵର ତଥା  ଡ. ଏ.ପି.ଜେ ଅବଦୁଲ କଲାମ ପ୍ପ୍ଲାନେଟୋରିୟମ, ବୁର୍ଲା ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି ଯେ ନିଜ ଘରେ ରହି ଏହି ସୁନ୍ଦର ଦୃଶୟ ଗୁଡକିୁ ଉପଭୋଗ କରନ୍ତୁ ବୋଲି ପଠାଣିସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Share this story

World Odia Language Conferene