ଚତୁର୍ଥ ପର୍ଯ୍ୟାୟରେ ଦିନ ୩ଟା ସୁଦ୍ଧା ୫୩% ମତଦାନ

ଚତୁର୍ଥ ପର୍ଯ୍ୟାୟରେ ଦିନ ୩ଟା ସୁଦ୍ଧା ୫୩% ମତଦାନ
ଚତୁର୍ଥ ପର୍ଯ୍ୟାୟରେ ଦିନ ୩ଟା ସୁଦ୍ଧା ୫୩% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଜାରି ରହିଛି ମତଦାନ । ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୩ ପତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ମୋଟ ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନ ପାଇଁ ୧୦ ହଜାର ୭୯୨ଟି ବୁଥରେ ୯୫ ଲକ୍ଷ ୬୩୫ ଜଣ ଭୋଟର ମତାଧିକାର କରି ୩୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଇତିମଧ୍ୟରେ ନିର୍ବାଚନ ସୁରୁଖୁରୁରେ ସରିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପ୍ରାୟ ଦେଢ଼ ମାସ କାଳ ଲାଗି ରହିଥିବା ଏହି ଭୋଟ ମହାପର୍ବରେ ପଡିବ ପୂର୍ଣ୍ଣଛେଦ । ଛାତି ଧଡପଡ ଓ ମନରେ ଆଶଙ୍କା ନେଇ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ଆଜି ସରିବ ଚତୁର୍ଥ ପର୍ଯ୍ୟାୟ ମତଦାନ । ତେଣୁ ଏବେ ପାଟକୁରା ଉପନିର୍ବାଚନ ପାଇଁ ସାନି ମତଦାନ ଉପରେ ରହିବ ସମସ୍ତଙ୍କ ନଜର ।

Share this story

World Odia Language Conferene