ଗୋଲଡେନ ବାବା ଗିରଫଦାରୀର ଫାଇଦା ନେଉଛନ୍ତି ଛାତ୍ରନେତା, ରହିଛି ଶାସକ ଦଳ ବିଧ୍ୟାୟକଙ୍କ ଆଶୀର୍ବାଦ !

ଗୋଲଡେନ ବାବା ଗିରଫଦାରୀର ଫାଇଦା ନେଉଛନ୍ତି ଛାତ୍ରନେତା, ରହିଛି ଶାସକ ଦଳ ବିଧ୍ୟାୟକଙ୍କ ଆଶୀର୍ବାଦ !
ଗୋଲଡେନ ବାବା ଗିରଫଦାରୀର ଫାଇଦା ନେଉଛନ୍ତି ଛାତ୍ରନେତା, ରହିଛି ଶାସକ ଦଳ ବିଧ୍ୟାୟକଙ୍କ ଆଶୀର୍ବାଦ !

ଭୁବନେଶ୍ୱର: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ଗିରଫଦାରୀ ପରେ ରାଜନୈତିକ ମହଲରେ ଏବେ ଉଷ୍ମତା ଦେଖାଦେଇଛି । ଗୋଟେ ପଟେ ଗିରଫ ବାବାଙ୍କ ସହ ବହୁ ଶାସକ ଦଳର ଲୋକେ ଚାନ୍ଦିହୋଇ ପଡିଥିବା ବେଳେ ଅନ୍ୟ ପଟେ ଏହାର ଭରପୁର ଫାଇଦା ଉଠାଇଛନ୍ତି ଜଣେ ନିର୍ଦ୍ଧିଷ୍ଠ ଦଳର ଛାତ୍ର ନେତା । ଶାସକ ଦଳର ନହେଲେ ବି ଏହି ଛାତ୍ରନେତା ଜଣଙ୍କ ବଛା ବଛା ଟାଣୁଆ ନେତାଙ୍କ ବରୋଧରେ ଏବେ ସ୍ୱର ଉଠାଇଛନ୍ତି । ତାହା ପୁଣି ଶାସକ ଦଳର ନେତାଙ୍କ ବରୋଧରେ । କାରଣ ଶୁଣିବାକୁ ମିଳିଛି ଯେ କେଉଁଠି ଏ ଛାତ୍ରନେତା ଜଣଙ୍କ ମୁଣ୍ଡରେ ଆଶୀର୍ବାଦ ରଖିଛନ୍ତି ଜଣେ ଶାସକ ଦଳର ବିଧାୟକ ।

ଖାଲି ଏତିକି ନୁହେଁ ରାଜନୀତିକ ମହଲରୁ ସୂଚନା ମିଳିଛି କି କେଉଁଠି ଏହି ଛାତ୍ରନେତା ଜଣଙ୍କ ଉକ୍ତ ବିଧ୍ୟାୟକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଉଠାଇଛନ୍ତି । ଏତିକିରେ ସେମାନଙ୍କ ନିଶା ଛାଡି ନାହିଁ ଯେ, ସମସ୍ତେ ମିଳିମିଶି ଶାସକ ଦଳର ବହୁ ଟାଣୁଆ ନେତାଙ୍କୁ ବ୍ଲକମେଲିଂ କରିବାକୁ ମଧ୍ୟ ପଛାଇ ନାହାନ୍ତି । ବହୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମନ୍ତ୍ରୀ, ନେତା ଓ ଗିରଫ ବାବାଙ୍କ ଫଟକୁ ଚାରିଆଡେ ଭାଇରାଲ କରିବାରେ ଲାଗିଛନ୍ତି ଏହି ଛାତ୍ରନେତା ଜଣଙ୍କ ।

ଗୋଲଡେନ ବାବା ଗିରଫଦାରୀର ଫାଇଦା ନେଉଛନ୍ତି ଛାତ୍ରନେତା, ରହିଛି ଶାସକ ଦଳ ବିଧ୍ୟାୟକଙ୍କ ଆଶୀର୍ବାଦ !

ଗିରଫ ବାବା ସହ କେତେବେଳେ ସାଂସ୍କୃତିକ ମନ୍ତ୍ରୀ ଅଶୋକ ପଣ୍ଡା ସାରଙ୍କୁ ସାମ୍ନାକୁ ଅଣୁଛନ୍ତି ତ କେତେବେଳେ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ । ଏତିକିରେ ସରିନି ଏହି ଛାତ୍ରନେତାଙ୍କ ପତିଆରା । ଗିରଫ ବାବାଙ୍କ ସହ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଯୁବ ନେତା ଚିନୁ ସାହୁ, ନେତା ସୁବାଷ ପାତ୍ର ଓ ବହୁ ପ୍ରଭାବଶାଳୀ ନେତାଙ୍କ ନାଁ ମଧ୍ୟ ଉଠାଇଛନ୍ତି । ଗଣମାଧ୍ୟମର ସାହାଯ୍ୟ ଲୋଡ଼ି ଏହି ସବୁ ଟାଣୁଆ ନେତାଙ୍କ ମାନସମ୍ମାନ କ୍ଷୁର୍ଣ୍ଣ କରିବାକୁ ବସିଲେଣି ଏହି ଛାତ୍ରନେତା ଜଣଙ୍କ ।

ତେବେ ଏଠି ପ୍ରଶ୍ନ ଯଦି କେହି ନେତା ବା ମନ୍ତ୍ରୀ ବା କୌଣସି ଲୋକପ୍ରତିନିଧି ଜଣେ ଗିରଫ ସମାଜସେବୀ ବାବା ସହ କୌଣସି ମହତ ସାମାଜିକ କାର୍ଯ୍ୟକ୍ରମରେ ବସିବା କଣ ଭୁଲ ? ବହୁତ ଦିନର ନୀରବତା ପରେ କେଉଁ ଉଦେଶ୍ୟ ନେଇ ଏ ଛାତ୍ରନେତା ଜଣଙ୍କ ମୈଦାନକୁ ଓହ୍ଲାଇଛନ୍ତି ? ୟାଙ୍କ ପଛରେ କେଉଁ ବିଧାୟକଙ୍କ ହାତ ରହିଛି ? କେତେ ଟଙ୍କା ଉଠାଇଛନ୍ତି ଏହି ଛାତ୍ରନେତା ଜଣଙ୍କ ? ଗୋଟେପଟେ ଏସବୁର ଉତ୍ତର ସାଧାରଣ ଲୋକେ ଜାଣିବାକୁ ଚାହୁଁଥିବା ବେଳେ ଏହି ଛାତ୍ରନେତା ଜଣଙ୍କ ଅର୍ଥର ବସବର୍ତୀ ହୋଇ ନିଜ ଦଳର ସମ୍ମାନ ତଳେ ପକାଇଥିବା ଚର୍ଚ୍ଚା ଜୋର ଧରିଛି । ଖାଲି ଏତିକି ନୁହେଁ ଛାତ୍ରନେତାଙ୍କ ଏହି କାଣ୍ଡ ପାଇଁ ଦଳର କିଛି ବରିଷ୍ଠ ନେତା ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।

Share this story

World Odia Language Conferene