‘ଗୁଗଲ ପ୍ଲସ୍’ ବ୍ୟବହାର କରୁଛନ୍ତି କି ? ତାହାଲେ କଣ୍ଟେଣ୍ଟ ବର୍ତ୍ତମାନଠାରୁ ଡାଉନଲୋଡ୍ କରିନିଅନ୍ତୁ, କାରଣ ଏପ୍ରିଲ ୨ ତାରିଖରୁ ବନ୍ଦ ହେବ ‘ଗୁଗଲ ପ୍ଲସ୍’

ଆପଣ ଗୁଗଲ ପ୍ଲସ ବ୍ୟବହାର କରୁଛନ୍ତି କି ? ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆପଣ ନିଜ ଆକାଉଣ୍ଟରୁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ କଣ୍ଟେଣ୍ଟ ବର୍ତ୍ତମାନଠାରୁ ଡାଉନଲୋଡ୍ କରିନିଅନ୍ତୁ । ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ, ଇମେଜ, ଭିଡିଓ ମାର୍ଚ୍ଚ ୩୧ ସୁଦ୍ଧା ଡାଉନଲୋଡ୍ କରିନିଅନ୍ତୁ । କାହିଁକିନା ଏପ୍ରିଲ ୨ ତାରିଖରେ ଗୁଗଲ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଗଲ ପ୍ଲସ ବନ୍ଦ କରିବାକୁ ଯାଉଛି । କମ୍ପାନୀ ପକ୍ଷରୁ ଇମେଲ ନୋଟିଫିକେସନ ଜରିଆରେ ସୂଚନା ଦିଆଯାଇସାରିଛି  ।

୭ ବର୍ଷ ତଳେ ଗୁଗଲ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଲଞ୍ଚ କରିଥିଲା । ବିଶ୍ୱର ପ୍ରମୁଖ କେତୋଟି ଭାଷାରେ କମ୍ପାନୀ ଏହାକୁ ଆରମ୍ଭ କରିଥିଲା । ଏହା ଏକ କମର୍ସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଥିବା ବେଳେ ପ୍ରାୟ ୧୧୧ ମିଲିୟନ ଇଣ୍ଟରନେଟ୍ ବ୍ୟବହାରକାରୀ ଏହାର ବ୍ୟବହାର କରୁଛନ୍ତି । ଏହି ସଂଖ୍ୟା ଥିଲା ୨୦୧୫ ମସିହାରେ । ବିଗତ 4 ବର୍ଷରେ କେତେ ବ୍ୟବହାରକାରୀ ବୃଦ୍ଧି ପାଇଛନ୍ତି ତାହା କମ୍ପାନୀ ପକ୍ଷରୁ ସୂଚନା ନଥିଲେ ମଧ୍ୟ ଫେସବୁକ, ଟ୍ୱିଟର ଏବଂ ୟୁଟୁବ ଭଳି ଗୁଗଲ ପ୍ଲସ ସେତେ ଆଦର ପାଇନଥିବା ଗୁଗଲ ପ୍ଲସ ବନ୍ଦ ହେବାର ଅନ୍ୟତମ କାରଣ ଥାଇପାରେ ବୋଲି କୁହାଯାଇପାରେ ।

‘ଗୁଗଲ ପ୍ଲସ୍’ ବ୍ୟବହାର କରୁଛନ୍ତି କି ? ତାହାଲେ କଣ୍ଟେଣ୍ଟ ବର୍ତ୍ତମାନଠାରୁ ଡାଉନଲୋଡ୍ କରିନିଅନ୍ତୁ, କାରଣ ଏପ୍ରିଲ ୨ ତାରିଖରୁ ବନ୍ଦ ହେବ ‘ଗୁଗଲ ପ୍ଲସ୍’

ଗୁଗଲ ବଜ୍ କୁ ବନ୍ଦ କରି ଗୁଗଲ ପ୍ଲସ ଆଣିଥିବା ଗୁଗଲ ଏଥର ୟା ବଦଳରେ ଅନ୍ୟ କିଛି ଉନ୍ନତ ବୈଷୟିକ ଜ୍ଞାନ ଏବଂ ଅଧିକ ଫିଚର ବା ବୈଶିଷ୍ଟତା ଆପ୍ଲିକେସନ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଆଣିବାକୁ ଯାଉଥିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ  । ଗତ ଫେବ୍ରୁଆରି ୪ ତାରିଖରୁ ଗୁଗଲ ପ୍ଲସ ନୂଆ ପଞ୍ଜିକରଣକୁ ଅନୁମତି ଦେବା ବନ୍ଦ କରିସାରିଥିଲା  । ଆଉ ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯାଉଛି  ।

ଗୁଗଲ’ ବ୍ୟବହାରକାରୀଙ୍କ ପାଇଁ

ଗୁଗଲ ପ୍ଲସ ବନ୍ଦ ହେଉଥିଲେ ମଧ୍ୟ ଏହାର ପ୍ରଭାବ ଅନ୍ୟ ପ୍ରଡକ୍ଟ ଉପରେ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ଭରସା ଦିଆଯାଇଛି । ଗୁଗଲର ଅନ୍ୟ ପ୍ରଡକ୍ଟ ଯେପରି ଜିମେଲ, ଗୁଗଲ ଫଟୋସ, ଗୁଗଲ ଡ୍ରାଇଭ ଏବଂ ୟୁଟୁବ୍ । ଏହା ସବୁ ପ୍ଲାଟଫର୍ମ ପୂର୍ବ ଭଳି ସୁରକ୍ଷିତ ରହିବ । ଏପରିକି ଗୁଗଲ ଫଟୋରେ ରହିଥିବା ବ୍ୟବହାରକାରୀଙ୍କ ଫଟୋ ବି ସୁରକ୍ଷିତ ରହିବ । ନିଜ ବ୍ୟବହାରକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହ ଏତେ ବର୍ଷ ଧରି କମ୍ପାନୀ ସହ ରହିଥିବାରୁ ଏବଂ ଏହାକୁ ଅତି ଉଚ୍ଚସ୍ତରକୁ ନେଇଥିବାରୁ ଗୁଗଲ ପ୍ଲସ ଟିମ୍ ପକ୍ଷରୁ ନିଜ ବ୍ୟବହାରୀଙ୍କୁ ସୂଚନା ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି  ।

Share this story

World Odia Language Conferene