ଗରାଖ ଖୋଜୁଥିଲା ମା’, ଝିଅକୁ ନିଶା ଦେଇ କରାଉଥିଲା ଦୁଷ୍କର୍ମ

ଗରାଖ ଖୋଜୁଥିଲା ମା’, ଝିଅକୁ ନିଶା ଦେଇ କରାଉଥିଲା ଦୁଷ୍କର୍ମ
ଗରାଖ ଖୋଜୁଥିଲା ମା’, ଝିଅକୁ ନିଶା ଦେଇ କରାଉଥିଲା ଦୁଷ୍କର୍ମ

ଦୁନିଆର ସବୁଠାରୁ ଅତି ସୁନ୍ଦର ଏବଂ ପବିତ୍ର ସମ୍ପର୍କ ଭିତରୁ ଅନ୍ୟତମ ସମ୍ପର୍କ ହେଲା ମା-ଝିଅର ସମ୍ପର୍କ । ଦୁହେଁ ପରସ୍ପରର ଭଲ ବନ୍ଧୁ ମଧ୍ୟ, କିନ୍ତୁ ଏହି ସମ୍ପର୍କରେ ଯେତେ ବେଳେ ଆସିଯାଏ ଅବିଶ୍ବାସ ତେବେ ତାହାର ପରିଣତି ଖୁବ୍ ଭୟଙ୍କର ହୋଇଥାଏ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ ମିରଟ ନିକଟସ୍ଥ ଗଙ୍ଗାନଗରରେ ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଜଣେ ଛାତ୍ରୀ ତାଙ୍କ ମା’ ଓ ଭାଇ ବିରୋଧ​‌ରେ ଆଣିଛନ୍ତି ବଡ ଧରଣର ଅଭିଯୋଗ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କର ମା’ ତାଙ୍କୁ ଦେହବେପାର କରିବାକୁ ବାଧ୍ୟ କରୁଥିଲେ । ସେଥିପାଇଁ ତାଙ୍କୁ ନିଶା ବଟିକା ଖୁଆଇ ଏଭଳି କରାଯାଉଥିଲା । ନିଦରେ ଶୋଇପଡିବା ପରେ ବାହାରୁ କିଛି ଲୋକ ଆସି ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ । ଏପରିକି ଛାତ୍ରୀ ଜଣକ ତାଙ୍କ ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ଛାତ୍ରୀଙ୍କ କହିବା ଅନୁସାରେ, ତାଙ୍କ ଭାଇ ଯେତେବେଳେ ଦୁଷ୍କର୍ମ କରିଥିଲେ, ସେ ପରିବାର ଲୋକଙ୍କୁୁ ଜଣାଇଥିଲେ । କିନ୍ତୁ ପରିବାର ଲୋକ ତାଙ୍କର କିଛି କଥା ନଶୁଣି, ପାଟିବନ୍ଦ ରଖିବାକୁ ଧମକ ଦେଇଥିଲେ । ସେ ଗତ ୩ ଦିନ ତଳେ ଘରୁ ସୁଯୋଗ ଦେଖି ଖସି ଆସିଥିଲେ । ଏହାପରେ ସେ ଚୌଧରି ଚରଣ ସିଂ ପାର୍କରେ ୩ ଦିନ ଲୁଚିକି ଥିଲେ।; ସେଠାରେ ତାଙ୍କୁ ଉଦ୍ଧାର କରି ପୋଲିସ ନିକଟରେ ପହଁଞ୍ଚାଇଥିଲେ । ଛାତ୍ରୀଙ୍କ ଅଭିଯୋଗ ପରେ ଏସଏସପି ଓ ଏସପି କ୍ରାଇମ ମହିଳା ଥାନା ଏଏଟିୟୁ ତଦନ୍ତ କରିବାକୁ ପଠାଇଥିଲା, କିନ୍ତୁ ଛାତ୍ରୀଙ୍କ ମା’ ଏବଂ ଭାଇ ଏହାକୁ ମିଛ ବୋଲି କହି ଏଡାଇ ଦେଇଥିଲେ । ଛାତ୍ରୀଙ୍କୁ ଗଙ୍ଗାନଗର ଥାନାକୁ ହସ୍ତାନ୍ତର କରାଯାଇଥିଲା ।

ଏସଏସପି ନିତିନ ତିଓ୍ବାରୀଙ୍କ କାର୍ଯ୍ୟାଳୟରେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଜଣକ ପହଁଞ୍ଚିଥିଲେ । ଛାତ୍ରୀଜଣକ ନିଜର ମା’ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସେ ଦେହ ବେପାର କରାଉଥିଲେ । ଘରକୁ ବହୁ ଲୋକ ଆସୁଥିଲେ ଓ ସେମାନେ ଲୁଚାଛପା ଭାବରେ କିଛି ଭିଡିଓ ମଧ୍ୟ ତିଆରି କରିଥିଲେ । ଏହି ଭିଡିଓ ପୋଲିସ ଅଧିକାରୀଙ୍କୁ ମଧ୍ୟ ସେ ଦେଖାଇଥିଲେ । ତାଙ୍କ ମା’ ଏଭଳି ଦେହବେପାର କରୁଥିବା ତାଙ୍କର ତାଙ୍କର ବାପା, ଭାଇ ଏବଂ ପିଉସୀ ଜାଣିଥିଲେ । କେବଳ ସେତିକି ନୁହେଁ ତାଙ୍କ ଭାଇ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଜଣକ । ପୋଲିସ କହିଛି, ଯଦି ଅଭିଯୋଗ ସଠିକ ଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ସିଡବ୍ଲୁସି ସହିତ କଥା ହୋଇ ଛାତ୍ରୀଜଣଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଛି ।

Share this story

World Odia Language Conferene