ଖାକିରେ ଦାଗ, ପ୍ରେମରେ ଫେଲ ମାରିବାରୁ ଛାତ୍ରୀଙ୍କ ଫଟୋକୁ କଲେ ଭାଇରାଲ

ଖାକିରେ ଦାଗ, ପ୍ରେମରେ ଫେଲ ମାରିବାରୁ ଛାତ୍ରୀଙ୍କ ଫଟୋକୁ କଲେ ଭାଇରାଲ
ଖାକିରେ ଦାଗ, ପ୍ରେମରେ ଫେଲ ମାରିବାରୁ ଛାତ୍ରୀଙ୍କ ଫଟୋକୁ କଲେ ଭାଇରାଲ

ସମ୍ବଲପୁର: ରାଜ୍ୟରେ ମଙ୍ଗଳବାର ଏମିତି ଏକ ଲଜ୍ଜ୍ୟଜନକ ଘଟଣା ଘଟିଥିଲା ଯାହା ପୁରା ରାଜ୍ୟରେ ଚହଳ ପକାଇଛି । ସିଧାସଳଖ କହିବାକୁ ଗଲେ ଖାକିରେ କଳାଦାଗ ଲାଗିଛି । ପ୍ରେମ ସମ୍ପର୍କ କୁ ଗ୍ରହଣ ନ କରିବାରୁ ଜଣେ ଛାତ୍ରୀଙ୍କ ଫଟୋକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଥମ ଏସ୍‌ଏସ୍‌ ବାଟାଲିଅନ୍‌ର ପୁଲିସ୍‌ କର୍ମଚାରୀ ସୁରେଶ ବିଭାରକୁ ଗିରଫ କରିଛି ।

ସୂଚନା ମୁତାବକ, ଭତରା ଅଞ୍ଚଳର ଜଣେ ଯୁବତୀ ନବମ ଶ୍ରେଣୀ ପଢ଼ୁଥିବା ‌ବେଳେ ଯୁଯୁମୁରା ଥାନା ଡଲୋଇସିଂ ଗ୍ରାମର ସୁରେଶ ବିଭାର ଟିଉସନ ପଢ଼ାଇବାକୁ ଆସୁଥିଲା । ତେବେଠୁ ହିଁ ସୁରେଶ ଉକ୍ତ ଯୁବତୀଙ୍କୁ ଏକତରଫା ‌ପ୍ରେମ କରୁଥିଲା । ପୁଲିସ୍‌ରେ ଭର୍ତ୍ତି ହେବା ପରେ ୬ ମାସ ତଳେ ସୁରେଶ ଏନେଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । କିନ୍ତୁ ଯୁବତୀ ଏହି ସମ୍ପର୍କ କୁ ଗ୍ରହଣ କରିପାରି ନଥିଲେ ।

ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ଯୁବତୀଙ୍କୁ ଫୋନ୍‌ କରି ହଇରାଣ ହରକତ କରିବା ପରେ ଫେସ୍‌ବୁକରେ ତାଙ୍କ ଫଟୋ ଭାଇରାଲ କରିଥିଲେ । ଏନେଇ ଛାତ୍ରୀ ଜଣଙ୍କ ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଧନୁପାଲି ଆଇଆଇସି କମଳ ପଣ୍ଡା ସୂଚନା ଦେଇଛନ୍ତି ।

Share this story

World Odia Language Conferene