କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି ଆଗରେ, ଭୁବନେଶ୍ୱରରୁ ଅପରାଜିତା ସଡ଼ଙ୍ଗୀ ଆଗରେ

କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି ଆଗରେ, ଭୁବନେଶ୍ୱରରୁ ଅପରାଜିତା ସଡ଼ଙ୍ଗୀ ଆଗରେ
କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି ଆଗରେ, ଭୁବନେଶ୍ୱରରୁ ଅପରାଜିତା ସଡ଼ଙ୍ଗୀ ଆଗରେ

ଭୁବନେଶ୍ୱର: ଓଡ଼ିଶାରେ ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇସାରିଥିବା ବେଳେ ୧୧ଟା ୨୦ ମିନିଟ୍ ସୁଦ୍ଧା ୨୧ଟି ଲୋକସଭା ଆସନରୁ ବିଜେଡି ୧୧ଟି ଆସନରେ ଆଗୁଆ ରହିଛି । ଏଥିସହ ବିଜେପି ୯ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି ।

ତେବେ ଇତିମଧ୍ୟରେ ଜଦି ଦେଖିବା କେନ୍ଦ୍ରାପଡ଼ା ଲୋକସଭା ଆସନ କଥା କେନ୍ଦ୍ରାପଡ଼ାରୁ ବିଜେଡିର ଅନୁଭବ ମହାନ୍ତି ଭୋଟ ଗଣତିରେ ଆଗରେ ରହିଛନ୍ତି । ବିଜେପିର ବୈଜୟନ୍ତ ଜୟ ପଣ୍ଡା ଭୋଟ ଗଣତିରେ ପଛରେ ରହିଥିବା ରିପୋର୍ଟ ଲେଖାହେବା ସମୟରେ ଜଣାପଡିଛି ।

ଅନ୍ୟପଟରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପିର ଅପରାଜିତା ସଡ଼ଙ୍ଗୀ ଭୋଟ ଗଣତିରେ ବହୁ ଆଗରେ ରହିଥିବା ସୂଚନା ମିଳିଛି । ଅପରାଜିତାଙ୍କ ବିପକ୍ଷରେ ବିଜେଡି ପକ୍ଷରୁ ଅରୂପ ପଟ୍ଟନାୟକ ଓ ସିପିଆଇ(ଏମ)ରୁ ଜନାର୍ଦନ ପତି ଲଢୁଛନ୍ତି ।

ଏହାଛଡ଼ା ୧୪୬ ବିଧାନସଭା ଆସନରେ ବିଜେଡି ବିଭିନ୍ନ ଆସନରେ ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୧୨୦ ଆସନରୁ ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ୮୩ଟି ଆସନରେ ଆଗୁଆ ରହିଛି । ବିଜେପି ୨୩ଟି ଆସନ, କଂଗ୍ରେସ ୧୨ଟି ଆସନ ଓ ଅନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛି ।

Share this story

World Odia Language Conferene