କୂଅରେ ବୁଡ଼ି ଯୁବକ ମୃତ

କୂଅରେ ବୁଡ଼ି ଯୁବକ ମୃତ
କୂଅରେ ବୁଡ଼ି ଯୁବକ ମୃତ

ଭୁବନେଶ୍ୱର: ଶୈଳଶ୍ରୀବିହାର ସରସ୍ୱତୀ ବସ୍ତିରେ ଥିବା ଏକ କୂଅରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ଯୁବକ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା । ମୃତ ବ୍ୟକ୍ତି ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ଖୁଂଟା ଥାନା ଅନ୍ତର୍ଗତ ମାଟିଆଭଞ୍ଜ ଗ୍ରାମର ଦୀପକ ମୁର୍ମୂ(୩୫) ।

ସୂଚନା ଅନୁଯାୟୀ, ବସ୍ତି ବାସିନ୍ଧାଙ୍କ ପାଣି ସୁବିଧା ପାଇଁ କିଛି ମାସ ହେବ ଏକ କୂଅ ଅଚଂଳରେ ଖୋଳା ଯାଇଥିଲା । ବର୍ଷା ଦିନ ଥିବାରୁ କୂଅରେ ପାଣି ଭର୍ତ୍ତି ହୋଇ ରହିଥିଲା । ଆଜି ସକାଳେ ଦୀପକ ଓ ତା’ପତ୍ନୀ ମିଶି ଗାଧୋଇବାକୁ କୂଅ ନିକଟକୁ ଯାଇଥିଲେ । ହେଲେ କୌଣସି କାରଣରୁ ଦୀପକ କୂଅ ଭିତରକୁ ଖସିପଡିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ଚିତ୍କାର କରିଥିଲେ ।

ଶବ୍ଦ ଶୁଣି ବସ୍ତି ଲୋକେ ସେଠାରେ ରୁଣ୍ଢ ହୋଇଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଯୁବକଙ୍କୁ କୂଅରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Share this story

World Odia Language Conferene