କିନ୍ନର ମୀରା ପରିଡ଼ାଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା ଉଦ୍ୟମ ଅଭିଯୋଗ, ଅଳ୍ପକେ ବର୍ତ୍ତିଲେ ମୀରା

କିନ୍ନର ମୀରା ପରିଡ଼ାଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା ଉଦ୍ୟମ ଅଭିଯୋଗ, ଅଳ୍ପକେ ବର୍ତ୍ତିଲେ ମୀରା
କିନ୍ନର ମୀରା ପରିଡ଼ାଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା ଉଦ୍ୟମ ଅଭିଯୋଗ, ଅଳ୍ପକେ ବର୍ତ୍ତିଲେ ମୀରା
ଭୁବନେଶ୍ୱର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କିନ୍ନର ମୀରା ପରିଡ଼ାଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । କିନ୍ନର ମୀରା ଆଜି କୌଣସି ଏକ କାମରେ ଭୁବନେଶ୍ୱରରୁ ବେଗୁନିଆ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଏକ ଟ୍ରକ୍ (ଏପି-୦୭ଟିଜି-୫୧୭୫) ପିଛା କରିଥିଲା । ଟ୍ରକ୍ ଟି ତାଙ୍କ ଗାଡିକୁ ଗୋଡାଇ ଗୋଡାଇ ବାଟ ଭୁଆଶୁଣୀ ମନ୍ଦିର ପାଖରେ ଧକ୍କା ଦେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଖାଲି ଏତିକି ନୁହେଁ ଟ୍ରକ୍ ଧକ୍କାରେ ତାଙ୍କ ଗାଡ଼ି ବହୁ ଅଂଶରେ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି । ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମୀରା ।
ମୀରା କହିଛନ୍ତି ଯେ, ଗତ କିଛି ମାସ ହେଲା ରାଜନୈତିକ କାମ ଓ ଅନ୍ୟ ସମାଜସେବା କାମରେ ସେ ବେଗୁନିଆ ଯାଉଥିଲେ । ତେଣୁ କେହି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିଦେବା ପାଇଁ ଏମିତି ଉଦେଶ୍ୟମୂଳକ ଯୋଜନା ରଚିଥିବା ସେ ପ୍ରକାଶ କରିଛନ୍ତି । ଏହା ପଛରେ ବେଗୁନିଆ କିମ୍ବା ଭୁବନେଶ୍ୱରର ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତ ରହିଥିବା ସେ ସନ୍ଦେହ କରୁଛନ୍ତି । ତେଣୁ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଜାଆଁଳା ଫାଣ୍ଡିରେ ଏକ ଏତଲା ଦାୟାର କରିଥିବା ଜଣାଇଛନ୍ତି ।

Share this story

World Odia Language Conferene