କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଟିଟିଲାଗଡ଼: ହୋଲି ଖେଳସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯାହା ପୁରା ଟିଟିଲାଗଡ଼ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି ।

ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ତେଲ ନଦୀରେ ବୁଡ଼ି ଉକ୍ତ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଗୁରଜିଭଟା ଗାଁର ଆଶୁତୋଷ ବିଶି ।

ଆଶୁତୋଷ ବେଲଗାଁ ତେଲ ନଦୀରେ ଗାଧୋଉଥିବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନଦୀରୁ ଅଶୁତୋଷକୁ ଉଦ୍ଧାର କରିଥିଲେ । ତୁରନ୍ତ ଅଶୁତୋଷକୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Share this story

World Odia Language Conferene