କରୀନା କପୁରଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚାହାଁନ୍ତି କ୍ୟାଟ୍ରିନା, ଟ୍ରୋଲ ହେଲା ଏହି ଖବର…

କରୀନା କପୁରଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚାହାଁନ୍ତି କ୍ୟାଟ୍ରିନା, ଟ୍ରୋଲ ହେଲା ଏହି ଖବର…
କରୀନା କପୁରଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚାହାଁନ୍ତି କ୍ୟାଟ୍ରିନା, ଟ୍ରୋଲ ହେଲା ଏହି ଖବର…

ମୁମ୍ବାଇ: ଆଗକୁ ଫିଲ୍ମ ‘ଭାରତ’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଫିଲ୍ମର ଷ୍ଟାରକାଷ୍ଟ । ବିଭିନ୍ନ ରିଆଲିଟି ସୋ’ ଏବଂ ପ୍ରମୋସନାଲ ଇଭେଣ୍ଟ କରି ଫିଲ୍ମର ପ୍ରମୋସନ କରାଯାଉଛି । ଫିଲ୍ମ ପ୍ରମୋସନ କରିବା ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଯାଇ ପହଞ୍ଚିଥିଲେ “ବାଏ ଇନ୍‌ଭାଇଟ୍‌ ଓନ୍‌ଲି”ରେ । ଏହି ସୋ’ର ହୋଷ୍ଟ କ୍ୟାଟ୍‌ଙ୍କୁ କିଛି ଏଭଳି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।

ସୋ’ରେ କେଉଁ ଅଭିନେତ୍ରୀଙ୍କ ସହ ତୁମେ ସମଲୈଙ୍ଗିକ ସମ୍ପର୍କ ରଖିବାକୁ ପସନ୍ଦ କରିବ ବୋଲି ହୋଷ୍ଟ ପ୍ରଶ୍ନ କରିବା ପରେ କ୍ୟାଟ୍ରିନା ତୁରନ୍ତ କରୀନା କପୁର ଖାନ୍‌ଙ୍କ ନାଁ ନେଇଥିଲେ । ତାଙ୍କର ଏଭଳି ଉତ୍ତରରୁ ସେ କରୀନାଙ୍କର କେତେ ଭଲ ବନ୍ଧୁ ତାହା ସ୍ପଷ୍ଟ ହୋଇଛି । ତେବେ କ୍ୟାଟ୍‌ଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ ଏବେ ସେ ଫିଲ୍ମ ‘ଭାରତ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅନ୍ୟ କୌଣସି ପ୍ରୋଜେକ୍ଟକୁ ନେଇ ସେ କାମ ଆରମ୍ଭ କରି ନଥିବା ଜଣା ପଡ଼ିଛି ।

Share this story

World Odia Language Conferene