ଓଡ଼ିଶା ଆସିଲେ, ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ଆସିଲେ, ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ଆସିଲେ, ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ଆଜି ସଂଧ୍ୟାରେ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀଙ୍କ ଅସ୍ଥି କଳସକୁ ସ୍ୱହସ୍ତରେ ଆଣି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ । ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ହଜାର ହଜାର ଜନସମାବେଶ ଭିତରେ ସ୍ୱର୍ଗତଃ ବାଜପେୟୀଙ୍କ ପବିତ୍ର ଅସ୍ଥି କଳସ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଛି । ରାସ୍ତାର ଦୁଇ କଡରେ ଶତାଧିକ ସଂଖ୍ୟାରେ ରାଜଧାନୀବାସୀ ସ୍ୱର୍ଗତଃ ବାଜପେୟୀଙ୍କ ଅସ୍ଥିକୁ ସ୍ୱାଗତ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଭଜନ ସଂକୀର୍ତନ ମାଧ୍ୟମରେ ଅସ୍ଥି କଳସ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଛି ।
ଓଡ଼ିଶା ଆସିଲେ, ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଦଳୀୟ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥିକୁ ସାଧାରଣ ଦର୍ଶନ ପାଇଁ ରଖାଯାଇ ରାତିସାରା ଭଜନ ସଂକୀର୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଅସ୍ଥି କଳସକୁ ଦଳୀୟ କାର୍ଯ୍ୟାଳୟକୁ ଅଣାଗଲା ଆସନ୍ତାକାଲି ପୁରୀ ମହୋଦଧୀ ଅଭିମୁଖେ ଅସ୍ଥି କଳସ ଯାତ୍ରା ପ୍ରଦର୍ଶନୀ ପଡିଆଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଅନୁରୋଧ । ଆସନ୍ତାକାଲି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଏବଂ ନେତା କେ.ଭି ସିଂହଦେଓଙ୍କ ସମେତ ଓଡିଶାର ସମସ୍ତ ନେତୃବୃନ୍ଦ ଅସ୍ଥି କଳସକୁ ଧରି ମହୋଦଧୀ ଅଭିମୁଖେ ଯାତ୍ରା କରିବେ ।
ଓଡ଼ିଶା ଆସିଲେ, ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ସ୍ୱର୍ଗତଃ ଅଟଳଜୀଙ୍କ ପବିତ୍ର ଅସ୍ଥି କଳସ ଦଳୀୟ କାର୍ଯ୍ୟାଳୟରୁ ବାହାରି ରାଜମହଲ ଛକ, ଧଉଳି ଛକ, ଉତରା ଛକ, ପିପିଲି, ଦାଣ୍ଡ ମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାୟକିଆ, ସାକ୍ଷୀଗୋପାଳ, ବୀର ଗୋବିନ୍ଦପୁର, ବୀର ପ୍ରତାପପୁର, ଚନ୍ଦନପୁର, ଅଠରନଳା, ସିଂହଦ୍ୱାର ହୋଇ ମହୋଦଧୀରେ ବିସର୍ଜନ କରାଯିବ । ପୁରୀ ଅଂଚଳ ବାସୀ ଅଠରନଳାରୁ ଅସ୍ଥି କଳସ ସହ ଏକ ବିଶାଳ ଶୋଭାଯାତ୍ରାରେ ମହୋଦଧୀ ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଅଗଷ୍ଟ ୨୪ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳ ତରଫରୁ ନିବେଦନ କରାଯାଇଛି ।
ସ୍ୱର୍ଗତଃ ଅଟଳୀଙ୍କ ଅସ୍ଥି କଳସ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ସୁରମା ପାଢୀ, ସମୀର ଦେ, ପ୍ରଦୀପ ନାୟକ, ଉପସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ସାଧାରଣ ସଂପାଦକ(ସଂଗଠନ) ମାନସ ମହାନ୍ତି, ସହ-ସଂଗଠନ ଅମିତାଭ ଚକ୍ରବର୍ତୀ, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ସଂପାଦକ ଦିଲୀପ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଗୋଲକ ମହାପାତ୍ର, ପୀତାମ୍ବର ଆଚାର୍ଯ୍ୟ, ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାସ, ବିଷ୍ଣୁ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଏବଂ ଅଟଳପ୍ରେମୀ ପ୍ରମୁଖ ସାମିଲ ଥିଲେ ।

Share this story

World Odia Language Conferene