ଉଦାରତା ଦେଖାଇଲେ ନବୀନ, ଦାମଙ୍କ ପତ୍ନୀ ସ୍ନେହଲତାଙ୍କ ଶେଷ ଦର୍ଶନ କରି ପ୍ରଶଂସା ସାଉଁଟିଲେ

ଉଦାରତା ଦେଖାଇଲେ ନବୀନ, ଦାମଙ୍କ ପତ୍ନୀ ସ୍ନେହଲତାଙ୍କ ଶେଷ ଦର୍ଶନ କରି  ପ୍ରଶଂସା ସାଉଁଟିଲେ
ଉଦାରତା ଦେଖାଇଲେ ନବୀନ, ଦାମଙ୍କ ପତ୍ନୀ ସ୍ନେହଲତାଙ୍କ ଶେଷ ଦର୍ଶନ କରି  ପ୍ରଶଂସା ସାଉଁଟିଲେ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । କିନ୍ତୁ ସ୍ୱର୍ଗୀୟ ପତ୍ନୀଙ୍କ ଶେଷ ଦର୍ଶନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାମଙ୍କ ବାସ ଭବନରେ ପହଂଥିଲେ । ନବୀନଙ୍କ ଉପସ୍ଥିତିକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜନୀତିକୁ ବାଦ୍ ଦେଇ ନବୀନ ଉଦାରତା ଦେଖାଇଥିବା ନେଇ ରାଜ୍ୟବାସୀ ବହୁ ପ୍ରଶଂସା କରିଛନ୍ତି । ନବୀନଙ୍କୁ ଦେଖି ଦାମ ରାଉତ ମଧ୍ୟ ବହୁତ ଭାବୁକ ହୋଇପଡିଥିବା ଜଣାପଡିଥିଲା ।

ଦାମଙ୍କ ବାସ ଭବନରେ ପହଂଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହଲତାଙ୍କ ମୃତ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଦାମୋଦର ଓ ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିବା ଦେଖାଯାଇଥିଲା । ସେ ତାଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଜଣାଇଥିଲେ ।

କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିବା ପରେ ଦାମ ବିଜେଡି ସରକାର ବିରୋଧରେ ବହୁ ବର୍ଷିଥିଲେ । ଏଥିସହ ନବୀନଙ୍କୁ ମଧ୍ୟ କଟୁ ଭାଷାରେ ସମାଲୋଚନା କରି କହିଥିଲେ । ତଥାପି ରାଜନୀତିକୁ ବାଦ୍ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ତାଙ୍କୁ ସାଧୁବାଦ ଜଣାଯାଇଛି ।

Share this story

World Odia Language Conferene