ଉଗ୍ରରୂପ ନେଉଛି ବାତ୍ୟା ‘ବାୟୁ’, ପବନର ବେଗ ୧୭୦ରୁ ଅଧିକ କିଲୋମିଟର ପ୍ରତି ଘଣ୍ଟା ରହିପାରେ

ଉଗ୍ରରୂପ ନେଉଛି ବାତ୍ୟା ‘ବାୟୁ’, ପବନର ବେଗ ୧୭୦ରୁ ଅଧିକ କିଲୋମିଟର ପ୍ରତି ଘଣ୍ଟା ରହିପାରେ
ଉଗ୍ରରୂପ ନେଉଛି ବାତ୍ୟା ‘ବାୟୁ’, ପବନର ବେଗ ୧୭୦ରୁ ଅଧିକ କିଲୋମିଟର ପ୍ରତି ଘଣ୍ଟା ରହିପାରେ

ଭୁବନେଶ୍ୱର: ମାଡି ଆସୁଛି ଝଡ଼ ବାତ୍ୟା ‘ବାୟୁ’ । ଯାହା ଏବେ ଆରବ ସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ର ରୂପ ନେଇଛି । ଆସନ୍ତାକାଲି ଏହା ଗୁଜୁରାଟର ପୋରବନ୍ଦର ଓ ମହୁଭା ଏବଂ ଭେରାଭାଲ ଓ ଦିଉ ମଝିରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ବାତ୍ୟା ବାୟୁ ର ପବନ ବେଗ ୧୩୦ ରୁ ୧୫୦ କିଲୋମିଟର ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି । ବାତ୍ୟା ସ୍ଥଳଭାଗ ଆଡକୁ ଯେତେ ପାଖେଇ ଆସୁଛି ପବନର ବେଗ ସେତେ ବଢିବ ବୋଲି ଆକଳନ କରାଯାଉଛି । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୦ କିଲୋମିଟର ପ୍ରତି ଘଣ୍ଟା ବଢିବ ବୋଲି ଜଣା ପଡ଼ିଛି । ମହାରାଷ୍ଟ୍ର ଓ ଗୁଜୁରାଟ ର ସମସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବାତ୍ୟା ପର ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ କୁ ସଜାଗ ରଖାଯାଇଛି । ଓଡିଶାରୁ ମଧ୍ୟ ଏନଡିଆରଏଫ ଟିମ ଗୁଜୁରାଟ କୁ ପଠା ଯାଇଥିବା ସୂଚନା ମିକିଛି ।

Share this story

World Odia Language Conferene