ଉଗ୍ରରୂପ ନେଉଛି ବାତ୍ୟା ‘ଫନି’, ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଉଗ୍ରରୂପ ନେଉଛି ବାତ୍ୟା ‘ଫନି’, ଓଡ଼ିଶା ପାଇଁ ସତର୍କ ସୂଚନା ଜାରି
ଉଗ୍ରରୂପ ନେଉଛି ବାତ୍ୟା ‘ଫନି’, ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ବାତ୍ୟା ‘ଫନି’ ଧିରେ ଧିରେ ଉଗ୍ରରୂପ ନେଲାଣି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ଼ ବାତ୍ୟା ଭାରତର ପୂର୍ବ ଉପକୂଳ ଆଡକୁ ଆଗେଇବା ସହ ଓଡ଼ିଶା ଆଡକୁ ମୁହାଁଇବା ନେଇ ସୂଚନା ମିଳିଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହି ବୈଠକ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଓଡ୍ରାଫ୍ ଓ ଏନଡିଆରଏଫ ଟିମକୁ ସଜାଗ ରଖାଯାଇଥିବା ସୂଚନା ମିଳିଛି । ଆଚଂଳିକ ପାଣିପାଗ ବିଭାଗ ତୀକ୍ଷଣ ନଜର ରଖିଥିବା ଜଣାପଡିଛି ।

ଫନି ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦ କିଲୋମିଟର ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୮୭୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ ଭୀଷଣ ସାମୁଦ୍ରିକ ଝଡ଼ ଓ ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ଫନି ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ଏହି ସବୁ ରାଜ୍ୟଗୁଡ଼ିକରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲମିଟର ଓ କେତେକ କ୍ଷେତ୍ରରେ ୧୭୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି ।

ଖାଲି ଏତିକି ନୁହେ ମେ’ ୧ରୁ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ହେବାର ଆକଳନ କରାଯାଇଛି ।

Share this story

World Odia Language Conferene