ଇଣ୍ଡୋ-ପାକ୍ ସମ୍ପର୍କ: ବିବାଦ ଦୂର କରିବ ଡିପ୍ଲୋମେସି ଏଣ୍ଡ ଡାଇଲଗ

ଇଣ୍ଡୋ-ପାକ୍ ସମ୍ପର୍କ: ବିବାଦ ଦୂର କରିବ ଡିପ୍ଲୋମେସି ଏଣ୍ଡ ଡାଇଲଗ
ଇଣ୍ଡୋ-ପାକ୍ ସମ୍ପର୍କ: ବିବାଦ ଦୂର କରିବ ଡିପ୍ଲୋମେସି ଏଣ୍ଡ ଡାଇଲଗ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ କେଉଁ ପ୍ରକାର ସମ୍ପର୍କ ରହିଛି ସେ କଥା ବିଶ୍ୱବାସୀଙ୍କୁ ଅଛପା ନାହିଁ । ଦୁଇ ଦେଶ ମଧ୍ୟରେ ଦରିଆପାରି ସମ୍ପର୍କଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି ଏବଂ ବାଣିଜ୍ୟ ଆଦି ସମ୍ପର୍କ ପ୍ରଭାବିତ ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ ଯେ, ସୀମାପାର ଆକ୍ରମଣ, ଆତଙ୍କବାଦ ଏବଂ ଟେରର ଫଣ୍ଡିଂକୁ ନେଇ ବିବାଦ ନୁହେଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଖରାପ ହୋଇଛି । ଏଭଳି ସମୟରେ ଶାନ୍ତି, ସୌହାର୍ଦ୍ଧ୍ୟର କଥା କହିଛି ପାକିସ୍ତାନ ।

ଶୁକ୍ରବାର ନୂଆଦିଲ୍ଲୀରେ ଅବସ୍ଥିତ ପାକିସ୍ତାନ ହାଇକମିଶନରଙ୍କ କାର୍ଯ୍ୟାଳୟରେ ପାକିସ୍ତାନ ନିଜର ନ୍ୟାସନାଲ ଡେ’ ପାଳନ କରିଥିଲା । ନିମନ୍ତ୍ରଣ ରହିଥିଲେ ମଧ୍ୟ ଭାରତ ସରକାର କିମ୍ବା ମୁସଲିମ୍ ପ୍ରତିନିଧି ଏଥିରେ ସାମିଲ ହୋଇନଥିଲେ । ମୁସଲିମ୍ ସଂଗଠନ ସରକାରଙ୍କ ସାଥ୍ ଦେଇ ଏଥିରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ଆୟୋଜିତ ସଭାକୁ ସମ୍ବୋଧନ କରି ପାକ୍ ହାଇକମିଶନର ସୋହିଲ ଅହମ୍ମଦ ଭାରତ-ପାକିସ୍ତାନର ବିବାଦ କେବଳ କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ସମ୍ଭବ ବୋଲି କହିଛନ୍ତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି କେଉଁ ପ୍ରସଙ୍ଗ ଅଧିକ ବିବାଦ ସୃଷ୍ଟି କରୁଥାଏ ତେବେ ତାହା ହେଉଛି ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ । ଆଉ ଏହା ସ୍ୱାଧୀନତା ପରଠାରୁ ବଡ଼ ବିବାଦ ହୋଇ ରହିଛି ଯାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ । ସେପଟେ ଏହି ପ୍ରସଙ୍ଗର ସମାଧାନ ଦୁଇ ଦେଶର ସରକାର ଏକାଠି ହୋଇ କରିପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶର ।

ଭାରତ-ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଆଶା କରି ସୋହିଲ ମହମ୍ମଦ ଆହୁରି କହିଛନ୍ତି ଯେ, ଦକ୍ଷିଣ ଏସିଆର ଏହି ଦୁଇ ଦେଶ ମଧ୍ୟରେ ସମାନତା, ସ୍ୱାଧୀନତା ଏବଂ ସମ୍ମାନ ରହିଲେ କୌଣସି ବିବାଦ ରହିବ ନାହିଁ । ଦ୍ୱିପାକ୍ଷିକ ସହମତି ହିଁ ସବୁ ବିବାଦର ଅନ୍ତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ।

ପ୍ରକାଶ ଥାଉ କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ସମ୍ପର୍କ ଅତି ଖରାପ ରହିଛି । ପୁଲୱାମା ଆକ୍ରମଣ ପରେ ପରେ ଭାରତ ଯେଉଁ ଭଳି ନିଜ କୂଟନୈତିକ ରଣନୀତି ଆପଣାଇଛି ସେଥିରେ ପାକିସ୍ତାନ ଚିନ୍ତିତ ଏବଂ ଭୟଭିତ ।

Share this story

World Odia Language Conferene