ଆସିଲେ ଫୁଟେଇଲେ ଗଲେ, ହୋଟେଲ ମାଲିକ ଗୁରୁତର

ଆସିଲେ ଫୁଟେଇଲେ ଗଲେ, ହୋଟେଲ ମାଲିକ ଗୁରୁତର
ଆସିଲେ ଫୁଟେଇଲେ ଗଲେ, ହୋଟେଲ ମାଲିକ ଗୁରୁତର

ଭୁବନେଶ୍ୱର: କିଛି ମାସର ବ୍ୟବଧାନ ପରେ ପୁଣି ରାଜଧାନୀରେ ଗୁଳିର ହୁଙ୍କାର ଶୁଣିବାକୁ ମିଳିଛି । ପୁର୍ବଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ବାଇକରେ ସିଧାସଳଖ ଆସିଲେ ହୋଟେଲ ମାଲିକକୁ ଗୁଳି କଲେ ଗଲେ । ଏମିତି ଘଟଣା ଗୁରୁବାର ରାତିରେ ଘଟିଛି ଯାହା ରାଜଧାନୀରେ ଆତଙ୍କ ସୃଷ୍ଟି କରିଛି । ପୁଲିସ ସୂଚନା ଅନୁଯାୟୀ, ଘଟଣାଟି ଘଟଛି ରାଜଧାନୀ ଉପକଣ୍ଠ ଭରତପୁର ଅଚଂଳରେ । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ଯାଚଂ ଆରମ୍ଭ କରିଛି ।

ସୂଚନା ମୁତାବକ, ରାତି ପ୍ରାୟ ୧୦ ସମୟ ହେବ । ଭରତପୁରରେ ଥିବା ହୋଟେଲକୁ ଖାଇବାକୁ ଆସିଥିଲେ କିଛି ଯୁବକ । ଖାଇ ସାରିବା ପରେ ଟଙ୍କା ନ ଦେବାରୁ ହୋଟେଲ ମାଲିକ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ଖାଲି ସେତିକି ନୁହେଁ ଯୁବକମାନେ ହୋଟେଲର ଜିନିଷ ଭଙ୍ଗାରୁଜା ମଧ୍ୟ କରିଥିଲେ ।

ଆସିଲେ ଫୁଟେଇଲେ ଗଲେ, ହୋଟେଲ ମାଲିକ ଗୁରୁତର

କେହି କିଛି ବୁଝିବା ଆଗରୁ ଆସିଥିବା ଯୁବକଙ୍କ ଭିତରୁ ଜଣେ ବନ୍ଧୁକ ବାହାର କରି ହୋଟେଲ ମାଲିକ ଉପରକୁ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ହୋଟେଲ ମାଲିକ ମିଲୁ ଓରଫ ସ୍ମୃତି ରଞ୍ଜନ ଧଳ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାଲିି ଏତିକି ନୁହେଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।

ଅନ୍ୟପଟରେ ଦୁଇ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ସେଠାରୁ ଚମ୍ପଟ ମାରିବା ପରେ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ପୁଲିସ ସନ୍ଦେହ କରୁଛି । ସେମାନଙ୍କୁ ଧରିବା ପାଇଁ ଖଣ୍ଡଗିରି ଥାନା ପୁଲିସ ତନାଘନା ଜାରି ରଖିଛି । ପୁର୍ବଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Share this story

World Odia Language Conferene