ଆସନ୍ତାକାଲି ଭାରତ ପାଇଁ କରମର ସ୍ଥିତି, ଦଳରେ ୨ ସ୍ପିନରଙ୍କ ସହ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ ସାମିଲ ହେବାର ଆଶଙ୍କା, ଜଣାନ୍ତୁ କଣ ରହିଛି ଷ୍ଟ୍ରାଟେଜି

ଅାସନ୍ତାକାଲି ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିନିକିଅା ସିରିଜର ନିର୍ଣ୍ଣାୟକ ମ୍ୟାଚ । ନମ୍ବର ୧ ଟିମ ଭାବେ ସ୍ୱୀକାର କରିବା ସତ୍ତ୍ୱେ ମୋହାଲି ମୁକାବିଲାରେ ପରାଜୟ ବରଣ କରିବା ପରେ ଚାପରେ ରହିଛି ଟିମ ଇଣ୍ଡିଅା ।

ସେପଟେ ଲଗାତାର ଦୁଇଟି ମ୍ୟାଚ ଜିତି ଦୃଢ ସ୍ଥିତିରେ ରହିଛି କଙ୍ଗାରୁ ବାହିନୀ । ଏହି ଦିନିକିଅା ସିରଜରେ ହାଇଦ୍ରାବାଦ ଓ ନାଗପୁର ଦିନିକିଅାରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ରାଞ୍ଚି ଓ ମୋହାଲି ଦିନିକିଅାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ସିରିଜ ବରାବର ସ୍ଥିତିରେ ପହଞ୍ଚିଛି ।

କୋଟଲା ଗ୍ରାଉଣ୍ଡରେ ଭାରତର ପ୍ରଦର୍ଶନ ସବୁବେଳେ ଭଲ ରହିଛି । ଏହି ପିଚ୍‌ ସବୁବେଳେ ସ୍ପିନକୁ ସୁହାଉଛି, ତେଣୁ ଦଳରେ ୨ ସ୍ପିନରଙ୍କ ସହ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିପାରନ୍ତି ଅଧିନାୟକ ବିରାଟ କୋହଲି । ଆସନ୍ତାକାଲି ଭାରତ ପାଇଁ କରମର ସ୍ଥିତି ରହିଛି ।

Share this story

World Odia Language Conferene