ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ୨୦୧୯ର ଛାତ୍ରଛାତ୍ରୀ ନିଜ ନିଜ ମାଟ୍ରିକ ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ଆସନ୍ତାକାଲି ଫଳ ପ୍ରକାଶ ପାଇବ ।

ଓଡ଼ିଶା ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ମେ’ ୨୦ରେ ଜାରି କରିବ । ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଅଧିକାରିକ ୱେବସାଇଟ୍ orissaresults.nic.in କିମ୍ବା bseodisha.nic.in ରେ ଲଗ୍ଇନ୍ କରି ନିଜର ପରୀକ୍ଷା ଫଳ ସମ୍ପର୍କରେ ଜାଣିପାରିବେ ।

ଗତବର୍ଷ ମେ’ ୭ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷା ୨୦୧୯ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା । ଛାତ୍ରଛାତ୍ରୀ ପ୍ରଥମେ ନିଜ ପରୀକ୍ଷା ଫଳ ଦେଖିବା ପାଇଁ orissaresults.nic.inbseodisha.nic.in ୱେବସାଇଟରେ ଲଗ୍ଇନ୍ କରନ୍ତୁ ।

Share this story

World Odia Language Conferene