ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ତୃତୀୟ ଦିବସ

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ତୃତୀୟ ଦିବସ
ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ତୃତୀୟ ଦିବସ

ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ତୃତୀୟ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନର ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସେଲ୍‌ ହକି ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିବା ଏହି ଖେଳ ଶେଷରେ ୨-୨ ଗୋଲ୍‌ରେ ଅମିମାଂଶିତ ରହିଥିଲା । ତୃତୀୟ ଦିନର ଦ୍ୱିତୀୟ ଖେଳ ନୂଆଦିଲ୍ଲୀର ଜାତୀୟ ହକି ଏକାଡେମୀ ଏବଂ ସାଇ କ୍ରୀଡ଼ା ଛାତ୍ରାବାସ ସୁନ୍ଦରଗଡ଼ ମଧ୍ୟରେ ହୋଇଥିଲା । ଖେଳ ଆରମ୍ଭରୁ ପ୍ରଭାବ ବିସ୍ତାର କରିଥିବା ନୂଆଦିଲ୍ଲୀ ଦଳ ଖେଳ ଶେଷରେ ୭-୩ ଗୋଲ୍‌ରେ ବିଜୟୀ ହୋଇଥିଲା ।

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ତୃତୀୟ ଦିବସ

ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଖେଳର ତୃତୀୟ ଦିନରେ ବିରଞ୍ଚି ମିଶ୍ର, ନିଖିଳ କଳାକାର ପ୍ରଧାନ, ପ୍ରଦୀପ ମହାନ୍ତି ଓ ବୃଣ ଲୁଗୁନ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ଦୁଇଟିଯାକ ଖେଳକୁ ସୁମନ ଚୌଧୁରୀ, ରୁବେନ ବିଲୁଙ୍ଗ, ଆକାଶ ଏକ୍କା, ବିରାଜ ଟପ୍ନୋ ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ ।

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ତୃତୀୟ ଦିବସ

୨୪ ତାରିଖ ଦିନ ଦୁଇଟି ଭୋପାଳ ସ୍ଥିତ ହକି ଏକାଡେମୀ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ରାଉରକେଲା ସେଲ୍‌ ହକି ଏକାଡେମୀ ଏବଂ ସାଇ କ୍ରୀଡ଼ା ଛାତ୍ରାବାସ ସୁନ୍ଦରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ତୃତୀୟ ଦିନରେ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ହକି ପ୍ରଶିକ୍ଷକ ମିଲ୍‌ଟନ୍‌ ବିଲୁଙ୍ଗ ଓ ସମ୍ପାଦକ ସୁଶାନ୍ତ ବେହେରାଙ୍କ ସମେତ ପାନପୋଷ କ୍ରୀଡ଼ା ସଂଗଠନର ରୁପ ନାରାୟଣ ସିଂହ, ଚିନି ମୋନିକା, କନ୍ୟାକୁମାରୀ ସାମଲ, ଶୁକ୍ରୁ କିସାନ ପ୍ରମୁଖ ଉପସ୍ଥିତ ଥିଲେ ।

୨୪ ତାରିଖ ଦିନ ଦୁଇଟି ଭୋପାଳ ସ୍ଥିତ ହକି ଏକାଡେମୀ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ରାଉରକେଲା ସେଲ୍‌ ହକି ଏକାଡେମୀ ଏବଂ ସାଇ କ୍ରୀଡ଼ା ଛାତ୍ରାବାସ ସୁନ୍ଦରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Share this story

World Odia Language Conferene