ଆଜିର ରାଶିଫଳ: ପଢନ୍ତୁ କେମିତି କଟିବ ଆପଣଙ୍କ ଦିନ, ଜୁଲାଇ ୧୬ ତାରିଖ ୨୦୧୯ ମସିହା (ମଙ୍ଗଳବାର)…

ଆଜିର ରାଶିଫଳ: ପଢନ୍ତୁ କେମିତି କଟିବ ଆପଣଙ୍କ ଦିନ, ଜୁଲାଇ ୧୬ ତାରିଖ ୨୦୧୯ ମସିହା (ମଙ୍ଗଳବାର)…
ଆଜିର ରାଶିଫଳ: ପଢନ୍ତୁ କେମିତି କଟିବ ଆପଣଙ୍କ ଦିନ, ଜୁଲାଇ ୧୬ ତାରିଖ ୨୦୧୯ ମସିହା (ମଙ୍ଗଳବାର)…

ଆଜିର ରାଶିଫଳ, ଆପଣଙ୍କ ଦିନ ମଙ୍ଗଳମୟ ହେଉ:

ମେଷ: ସ୍ଵଭାବରେ ଉଗ୍ରତା ଏବଂ ଜିଦ୍ଦୀପଣ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଧିକ ପରିଶ୍ରମ କରିବା ପରେ ଶେଷରେ କମ ସଫଳତା ମିଳିବାରୁ ନିରାଶ ହୋଇପାରେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ ।

ବୃଷ: ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ସହିତ କରନ୍ତୁ ସଫଳତା ପ୍ରାପ୍ତ କରିବେ । ପୈତୃକ ସଂପତ୍ତିରେ ଲାଭ ହେବ । ସରକାରରେ ଅଥବା ତାଙ୍କ ସହିତ ଆର୍ଥିକ ବ୍ୟବହାରରେ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାରେ ଭଲ ପ୍ରଦର୍ଶନ କରି ପାରିବେ। କଳା କ୍ଷେତ୍ରରେ ପ୍ରତିଭା ଦର୍ଶାଇବାର ମୌକା ମିଳିବ ।

ମିଥୁନ: ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ । ଚାକିରିକରୁଥିବା ଲୋକମାନଙ୍କୁ ପଦାଧିକାରିମାନଙ୍କ ତଥା ସରକାରଙ୍କର ତରଫରୁ ଭଲ ଫଳ ମିଳିବ । ପଡ଼ୋଶୀ ଏବଂ ଭାଇ-ଭଉଣୀମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଭାଗ୍ୟ ସମ୍ପୂର୍ଣ୍ଣ ସାଥି ଦେବ । ଲଘୁ ଯାତ୍ରାର ସମ୍ଭାବନା ଅଛି ।

କର୍କଟ: ନକାରାତ୍ମକ ଭାବନା ମନରେ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପାରିବାରିକ ସଦସ୍ୟମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ । କାମ ସମ୍ବନ୍ଧରେ ସନ୍ତୋଷର ଭାବନା ଜାଗ୍ରତ ହେବ । ଧନ ଖର୍ଚ୍ଚ ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ ବିଦ୍ୟାଭ୍ୟାସରେ ନିର୍ଦ୍ଧାରିତ ସଫଳତା କମ ମିଳିବ ।

ସିଂହ: ଆଜି କୌଣସି କାମ ସମ୍ବନ୍ଧରେ ଆତ୍ମବିଶ୍ଵାସ ସହିତ ତ୍ଵରିତ ନିର୍ଣ୍ଣୟ ନେଇ ପାରିବେ । ପିତା ତଥା ବୃଦ୍ଧମାନଙ୍କ ସହିତ ସହଯୋଗ ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ମିଳାମିଶା ରହିବ । ବ୍ୟବସାୟ କାର୍ଯ୍ୟ ପାଇଁ ବାହରକୁ ଯାଇପାରନ୍ତି ।

କନ୍ୟା: ଆଜି ଆପଣଙ୍କ ଅହଂକାର କାରଣରୁ ଯୁକ୍ତି ହେବାର ଆଶଂକା ଅଛି । ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ ବ୍ୟତୀତ ହେବ । ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ରହିବ । କୁଟୁମ୍ବମାନଙ୍କ ଏବଂ ମିତ୍ରମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ଆକସ୍ମିକ ଧନ ଖର୍ଚ୍ଚ ହେବ ।

ତୁଳା: ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ । ଆୟ ବୃଦ୍ଧିର ଯୋଗ ଅଛି । ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ । ପ୍ରମୋସନ ମିଳିବାର ସମ୍ଭାବନା ଅଛି । ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ । ଆନନ୍ଦଦାୟକ ପର୍ଯ୍ୟଟନ ହେବ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ ।

ବିଚ୍ଛା: ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ । ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷ ଅନୁଭବ ହେବ । ସ୍ଵାସ୍ଥ୍ୟ ଭଲ ରହିବ । ସମାଜରେ ମାନ-ସମ୍ମାନ ମିଳିବ । ଉଚ୍ଚ ପଦାଧିକାରିମାନଙ୍କ ଏବଂ ବୃଦ୍ଧମାନଙ୍କର କୃପା ଦୃଷ୍ଟି ରହିବ । ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତିରେ ଆନନ୍ଦ ଅନୁଭବ ହେବ ।

ଧନୁ: ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ । ସ୍ଵାସ୍ଥ୍ୟ ନରମ-ଗରମ ରହିପାରେ । ରିୟଲ ଇଷ୍ଟେଟ ସମ୍ବନ୍ଧିତ କାଗଜପତ୍ରରେ ସାବଧାନ ରହିବେ । ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ । ସନ୍ତାନମାନଙ୍କର ଭବିଷ୍ୟକୁ ନେଇକରି ଚିନ୍ତା ହୋଇପାରେ । ଭାଗ୍ୟ ସାଥି ନ ଦେଲା ପରି ଲାଗିବ ।

ମକର: ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ ଏବଂ ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ । ଅଚାନକ ଧନ ଖର୍ଚ୍ଚ ହେବ । ଚିକିତ୍ସା ପଛରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ବ୍ୟାପାରରେ ଭାଗୀଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ । କ୍ରୋଧାବେଶ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶାସନିକ ବୁଦ୍ଧି ଦେଖାଯିବ ।

କୁମ୍ଭ: ମିତ୍ରମାନଙ୍କ ସହିତ କେଉଁ ସ୍ଥାନକୁ ଭୋଜନ କରିବାକୁ ଯିବାର ସୁଯୋଗ ଆସିବ । ଉତ୍ତମ ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି । ଭାଗିଦାରୀ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ସାର୍ବଜନିକ ଜୀବନରେ ନାମ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ । ଦିନ ଆନନ୍ଦଦାୟକ ରହିବ ।

ମୀନ: ଦୈନିକ କାର୍ଯ୍ୟ ନିର୍ଵିଘ୍ନ ସମ୍ପୂର୍ଣ୍ଣ ହେବ । ଘରେ ସୁଖ-ଶାନ୍ତିର ବାତାବରଣ ରହିବ । ସ୍ଵଭାବରେ ଉଗ୍ରତା ରହିବ । ବାଣୀ ଏବଂ ବ୍ୟବହାରରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉପଦେଶ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ । ସହକର୍ମିମାନଙ୍କର ସହଯୋଗ ମିଳିବ ।

Share this story

World Odia Language Conferene