ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (୧୯-୫-୨୦୧୯) ରବିବାର

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (୧୯-୫-୨୦୧୯) ରବିବାର
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (୧୯-୫-୨୦୧୯) ରବିବାର

ଆପଣଙ୍କ ଦିନଟି ମଙ୍ଗଳମୟ ହେଉ, ଜାଣନ୍ତୁ ଆଜିର ରାଶିଫଳ:

ମେଷ: ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ । ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ । ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ ।

ବୃଷ: ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ । ଆପଣଙ୍କ ପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ । ଧନ ଲାଭର ସମ୍ଭାବନା ଅଛି । ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ ।

ମିଥୁନ: ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ । ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ । ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ ।

କର୍କଟ: ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ । ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ । ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ: ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ । ଚାକିରିରେ ପ୍ରମୋଶନ ହୋଇପାରେ । ପିତାଙ୍କର ସଂପତ୍ତିରେ ଲାଭ ହେବ । ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ । ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ ।

କନ୍ୟା: ଆଜିର ଦିନ ବହୁତ ଶୁଭ ଅଟେ । ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ । ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ । ଭାଇ-ଭଉଣୀମାନଙ୍କଠାରୁ ଆର୍ଥିକ ଲାଭ ହେବ । ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ତୁଳା: ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ । ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ । ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ । ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ ।

ବିଚ୍ଛା: ଆଜି ଆପଣ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ । ସମାଜରେ ମାନ-ସମ୍ମାନ ମିଳିବ । ମିତ୍ର ତଥା ସ୍ଵଜନମାନଙ୍କ ସହିତ ବୁଲିବା ଆନନ୍ଦପ୍ରଦ ହୋଇପାରେ । ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି ।

ଧନୁ: ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ । ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ । ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ ।

ମକର: ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ । ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ ।

କୁମ୍ଭ: ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ । ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ । ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ । ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ ।

ମୀନ: ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ । ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ । ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ ।

Share this story

World Odia Language Conferene