ଆଉ ନାହାନ୍ତି ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ର

ଆଉ ନାହାନ୍ତି ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ର
ଆଉ ନାହାନ୍ତି ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ର

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର । ୭୧ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସ୍ନେହଲତା ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ତାଙ୍କ ବିୟୋଗ ଖବର ପାଇ ବିଜେପିର ବହୁ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେ.ଭି ସିଂହ ଦାମଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିଥିଲେ ଓ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହ ନିଜେ ଦାମଙ୍କ ବାସ ଭବନକୁ ଯାଇ ସ୍ୱର୍ଗୀୟ ପତ୍ନୀଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ।

Share this story

World Odia Language Conferene