ଅମାନିଆ ମନ, ପ୍ରେମିକାକୁ ମନାଇବାକୁ ଯାଇ ପ୍ରେମିକ ପୋତିଲେ ୩୦୦ରୁ ଅଧିକ ପ୍ରେମ ନିବେଦନ ହୋର୍ଡିଂ ଓ ପୋଷ୍ଟର

ଅମାନିଆ ମନ, ପ୍ରେମିକାକୁ ମନାଇବାକୁ ଯାଇ ପ୍ରେମିକ ପୋତିଲେ ୩୦୦ରୁ ଅଧିକ ପ୍ରେମ ନିବେଦନ ହୋର୍ଡିଂ ଓ ପୋଷ୍ଟର
ଅମାନିଆ ମନ, ପ୍ରେମିକାକୁ ମନାଇବାକୁ ଯାଇ ପ୍ରେମିକ ପୋତିଲେ ୩୦୦ରୁ ଅଧିକ ପ୍ରେମ ନିବେଦନ ହୋର୍ଡିଂ ଓ ପୋଷ୍ଟର
ପୁଣେ: ମାସ ମାସ ଧରି ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ ଜଣେ ପ୍ରେମିକ । ହେଲେ ହଠାତ୍ ଏମିତି କ’ଣ ହେଲା ଯେ ଦୁହିଁଙ୍କ ଭିତରେ ଝଗଡ଼ା ଓ ମନାନ୍ତର ଆସିଗଲା । ଏତେ ରାଗରୁସା ଭିତରେ ପ୍ରମିକ ଜଣଙ୍କ ମନ ବୁଝିନଥିଲା । ନିଜ ଗାର୍ଲଫ୍ରେଣ୍ଡକୁ ହରାଇବାକୁ ଜମା ଚାହୁଁନଥିଲେ ପ୍ରେମିକ ଜଣଙ୍କ । ତେଣୁ ତାଙ୍କ ମନବୁଝାଇବାକୁ ଯାଇ ପ୍ରେମିକ ଜଣଙ୍କ କରିଥିଲେ ଅଦଭୂତ କାଣ୍ଡ । ଯାହା ପୁଲିସ ପାଇଁ ଶେଷରେ ଅଡୁଆରେ ପକାଇଥିଲା ।
ପ୍ରେମିକ ଜଣଙ୍କ ନିଜ ପ୍ରେମିକାକୁ ବୁଝାଇବା ପାଇଁ ତାଙ୍କ ଯିବାଆସିବା ରାସ୍ତାର ପ୍ରମୁଖ ଟ୍ରେଫିକ୍ ପୋଷ୍ଟରେ ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର ପୋତିଥିଲେ । ଗୋଟେ କି ଦୁଇଟି ନୁହେଁ ବରଂ ୩୦୦ରୁ ଅଧିକ ପୋଷ୍ଟର ଲଗାଇଥିଲେ ପ୍ରେମିକ ଜଣଙ୍କ । ଯେଉଁଥିରେ ଲେଖାଥିଲା ‘ଆଇ ଆମ ସରି’ ଓଡ଼ିଆରେ କହିବାକୁ ଗଲେ ତାଙ୍କର ଭୁଲ ହୋଇଯାଇଛି । ଏବଂ ପ୍ରେମିକ ଜଣଙ୍କ ନିଜ ଗାର୍ଲଫ୍ରେଣ୍ଡକୁ କ୍ଷମା ପ୍ରାର୍ଥନା କରିଥିଲେ ।
ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଓ ଯାତ୍ରୀ ଚକିତ ହୋଇ ଯାଇଥିଲେ । ପୋଷ୍ଟରେ ଏକ ଲାଲ ରଙ୍ଗର ହାର୍ଟ ଚିତ୍ର ଶହ ପ୍ରେମିକାର ନାଁ ଥିଲା ଯେଉଁଥିରେ ‘ଆଇ ଆମ ସରି’ ଲେଖାଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଘଟିଛି ପୁଣେର ପିମ୍ପ୍ରି ଚିଞ୍ଚୱାଡ୍ ସହରର ଏକ ବଜାରରେ । ଉକ୍ତ ଅଚଂଳରେ ରହୁଥିବା ବ୍ୟବସାୟୀ ନିଲେଶ ଖେଡେକର ନିଜ ଗାର୍ଲଫ୍ରେଣ୍ଡଙ୍କୁ ମନାଇବାକୁ ଯାଇ ଏଭଳି କାଣ୍ଡ ଭିଆଇଥିଲେ । ଯାହା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ପୁଲିସ କାନକୁ ଖବର ଯାଇଥିଲା ।
ଏହି ଘଟଣା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ଗାର୍ଲଫ୍ରେଣ୍ଡର ଦୃଷ୍ଟି ଏହି ପୋଷ୍ଟର ଉପରେ ପଡିବା ପାଇଁ ନିଲେଶ ୩ଶହରୁ ଅଧିକ ପୋଷ୍ଟର ମାରିଥିବା ପୁଲିସ କହିଛି । ନିଲେଶ ଓ ତାଙ୍କ ଅନ୍ୟ ସାଥୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ସ୍ଥାନୀୟ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛି ।

Share this story

World Odia Language Conferene