ଅଭିନୟ ଛାଡିବେ ଅମୀର ଖାନ, ଜାଣନ୍ତୁ ସେ କଣ କହିଲେ…

ଅଭିନୟ ଛାଡିବେ ଅମୀର ଖାନ, ଜାଣନ୍ତୁ ସେ କଣ କହିଲେ…
ଅଭିନୟ ଛାଡିବେ ଅମୀର ଖାନ, ଜାଣନ୍ତୁ ସେ କଣ କହିଲେ…

ଅମୀର ଖାନ ବର୍ତ୍ତମାନ ନୂଆ ଏକ୍ସପେରିମେଂଟ ନିଶାରେ ଲାଗିଛନ୍ତି । ବଲିଓଡ଼ ଇଣ୍ଡଷ୍ଟ୍ରିରେ ମିଷ୍ଟର ପରଫେକସନିଷ୍ଟ ଭାବରେ ବେଶ ଭଲ ଭାବରେ ଜଣାଶୁଣା ସେ । ଅଭିନୟକୁ ନେଇ ତାଙ୍କ ପ୍ୟାସନ କିଛି ନୂଆ ନୁହଁ । କେତେବେଳେ ବ୍ରିଟିଶ ଇଣ୍ଡିଆର ଠକ ହୋଇ ନଜରକୁ ଆସୁଛନ୍ତି ତ କେତେବେଳେ ଆଇକନିକ ଫରେଷ୍ଟ ଗାମ୍ଫର ହିନ୍ଦୀ ଭର୍ସନ କରିବେ ବୋଲି ଚର୍ଚ୍ଚାରେ ରହିଛନ୍ତି ।

ପ୍ରାୟ ଏକ ଦସନ୍ଦି ଆଗରୁ ସେ ପ୍ରମାଣ କରିଦେଇଛନ୍ତି ଯେ ସେ ଅନ୍ୟ ଧାରାର ଫିଲ୍ମର ନିର୍ମାଣ କରିପାରିବେ ବୋଲି । କିନ୍ତୁ ‘ତରେ ଜମିନ ପର’ ପରେ ତାଙ୍କୁ ଆଉ ନିର୍ଦେଶନା କ୍ଷେତ୍ରରେ ଆଉ ଦେଖିବାକୁ ମିଳି ନଥିଲା । ନିର୍ଦେଶନାରେ ବହୁତ ପ୍ରଶଂସା ସାଉଁଟିବା ପରେ ସେ କହିଥିଲେ ଯେ ସେ ପରିସ୍ଥିତିରେ ପଡି ନିର୍ଦେଶନା ଦେଇଥିଲେ ।

ଏମିତି ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଅଭିନୟ ଓ ନିର୍ଦେଶନା ଦୁଇଟି ପ୍ରତି ତାଙ୍କର ଆଗ୍ରହ ଅଛି । ଦୁଇଟି ମଧ୍ୟରେ ସେ କୌଣସି ପାର୍ଥକ୍ୟ ଦେଖନ୍ତି ନାହିଁ । କିନ୍ତୁ ଦୁଇଟିଯାକ କାମ ଏକ ସମୟରେ ସେ କରିପାରିବେ ନାହିଁ । ଯଦି ସେ ନିର୍ଦେଶନା ଦେବେ ତାହାଲେ ତାଙ୍କୁ ଅଭିନୟ ଛାଡିବାକୁ ପଡିବ ।” ତେବେ ସେ ସମୟ ଆସିବାକୁ ଆଉ କିଛି ବର୍ଷ ବାକି ଅଛି । ଅଭିନୟରେ ଶତ ପ୍ରତିଶତ ନିଜର ଦେଇ ସରିଲା ପରେ ସେ ନିର୍ଦେଶନା କ୍ଷେତ୍ରରେ ପାଦ ରଖିବେ ।

Share this story

World Odia Language Conferene