ଅଡୁଆରେ ବଲିଉଡ଼ ଅଭିନେତ୍ରୀ ଅମିଶା ପଟେଲ, ତାଙ୍କ ନାଁରେ ଆସିଲା ଅଢ଼େଇ କୋଟି ଟଙ୍କାର ଠକେଇ ଅଭିଯୋଗ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଅମିଶା ପଟେଲ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ବିରୋଧରେ ଅଢ଼େଇ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିବା ସୂଚନା ମିଳିଛି ।

ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ୨.୫ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି । ଏହି ମାମଲାରେ ରାଞ୍ଚିି କୋର୍ଟ ତାଙ୍କୁ ଜୁଲାଇ ୮ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ନର୍ଦ୍ଦେଶ ମଧ୍ୟ ଦେଇଥିବାର ସୂଚନା ମିଳିଛି ।

ସୂଚନା ମୁତାବକ, ଅଜୟ ସିଂହଙ୍କ ପ୍ରଜୋଯିତ ଫିଲ୍ମ ‘ଫ୍ୟାମିଲି ଅଫ୍ ଠାକୁର ଗଂଜ’ ରିଲିଜ ହେବା ପାଇଁ ପ୍ରସ୍ତୁତ ସରିଛି । ଅମିଶାଙ୍କ ସହ ଅଜୟଙ୍କର ରାଂଚିରେ ଦେଖା ହୋଇଥିଲା । ଅଜୟ ପିଲ୍ମ ପ୍ରୋଜେକ୍ଟ ଉପରେ ଅଢେଇ କୋଟି ଟଙ୍କା ନିବେଶ କରିଥିଲେ । କିନ୍ତୁ ଅମିଶା ସେହି ଟଙ୍କାକୁ ନିଜ ଫିଲ୍ମ ହାଉସରେ ଖର୍ଚ୍ଚ କରି ଲାଭ ଉଠାଇବା ପରେ ଲାଭାଂଶ ସହିତ ସୁଧ ମଧ୍ୟ ଦେଇନଥିବା ଅଭିଯୋଗ ଫର୍ଦରେ ଉଲ୍ଲେଖ ରହିଛି । ଟଙ୍କା ମାରିବାରୁ ଅମିଶା ଟଙ୍କା ଦେବା ପରିବର୍ତ୍ତେ ଧମକ ଦେଉଛନ୍ତି । ତେଣୁ ଅଜୟ ନିରାଶ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Share this story

World Odia Language Conferene