ଅଡୁଆରେ ଜଷ୍ଟିସ ରଞ୍ଜନ ଗୋଗାଇ, ଯୌନ ନିର୍ଯାତନା ମାମଲାର ଶୁଣାଣି ଲାଗି ଦ୍ୱିତୀୟ ଜଜ୍‌ ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଏସ୍‌.ଏ ବୋବଡେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଶୁଣାଣି ଲାଗି ଦ୍ୱିତୀୟ ଜଜ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଏସ୍‌.ଏ ବୋବଡେ ।

ସୁପ୍ରିମକୋର୍ଟର ଜଣେ ବରିଷ୍ଠ ସଦସ୍ୟ ତଥା ମୁଖ୍ୟ ବିଚାରପତିଙ୍କ ପରେ ତାଙ୍କ ସ୍ଥାନ ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଏହି ଦାୟିତ୍ୱ ମିଲିବାପରେ ସମସ୍ତ ଆରୋପ ଏବଂ ଏହାର ବିଚାରଧାରା ଉପରେ ସେ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଏନେଇ ସେ କେ ପ୍ୟାନେଲ ଗଠନ କରିବେ ଯେଉଁଥିରେ ଦୁଇଜଣ ଆପେକ୍ସ କୋର୍ଟର ଜଜ ଏନ. ଭି ରାମାଣା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ସେ ରଖିବେ ବୋଲି ସୂଚନା ମିଳିଛି । ଆସନ୍ତା ଶୁକ୍ରବାର ଦିନ ଏ ନେଇ ପ୍ରଥମ ବୈଠକ ବସିବ ।

ସେପଟେ ଏକ ଗୁରୁତ୍ୱପୂର୍ଣ ଓ ସମ୍ବେଦନଶୀଳ ମାମଲାର ଶୁଣାଣି ହେବାକୁ ଥିବାରୁ, ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ଏଭଳି ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇ । ତାଙ୍କର ଆଉ ୭ ମାସ କାର୍ଯ୍ୟକାଳ ରହିଛି । ଏଣୁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ଯେହେତୁ ତାଙ୍କ ବିରୋଧରେ କୌଣସି ଆଥିର୍କ ଅନିୟମିତତା କି ଦୁର୍ନୀତି ଅଭିଯୋଗ ଆଣିପାରିଲେ ନାହିଁ, ଏଭଳି ଏକ ହୀନ ଅଭିଯୋଗ ଅଣାଯାଇଛି ବୋଲି ଗୋଗୋଇ କହିଛନ୍ତି । ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣି ବିଭିନ୍ନ ବିଚାରପତିଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ ।

Share this story

World Odia Language Conferene