ହିଞ୍ଜିଳି ଏବଂ ବିଜେପୁରରେ ନବୀନ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ

ହିଞ୍ଜିଳି ଏବଂ ବିଜେପୁରରେ ନବୀନ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ
ହିଞ୍ଜିଳି ଏବଂ ବିଜେପୁରରେ ନବୀନ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭୋଟ ଗଣତି ଜାରି ରହିଛି । ଅପରାହ୍ନ ୩ଟା ୧୨ ସୁଦ୍ଧା ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେଡି । ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବା ବେଳେ ତୃତୀୟ ସ୍ଥାନ ଅକ୍ତିଆର କରିଛି କଂଗ୍ରେସ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ ବିଜେପୁରରେ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ ରହିଛନ୍ତି ।

ବିଜେପୁର ବିଧାନସଭା ଆସନରୁ ଶ୍ରୀ ପଟ୍ଟନାୟକ ବିଜେପିର ସନତ କୁମାର ଗାର୍ତ୍ତିଆଙ୍କ ସହ ଲଢ଼ୁଥିବା ବେଳେ ସେ ୨୪ହଜାର ୯୧୭ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜେପିର ପିତାମ୍ବର ଆଚାର୍ଯ୍ୟଙ୍କୁ ୨୪ହଜାର ୨୧୩ ଭୋଟରେ ପଛରେ ପକାଇଛନ୍ତି ।

Share this story

World Odia Language Conferene