ସେ ସ୍ୱାମୀଜୀ ଓ ସିକ୍ରେଟ

ସେ ସ୍ୱାମୀଜୀ ଓ ସିକ୍ରେଟ
ସେ ସ୍ୱାମୀଜୀ ଓ ସିକ୍ରେଟ

ଆଜି ରବିବାର ଦେଖ ଏସବୁ ଭଲ ନୁହେଁ, ଛାଡ ମୁ ଯାଏ । ଘରେ ପୁଣି କେତେ କାମ ବାକି ଅଛି । ବାସନ ମଜା, ଲୁଗା ସଫା ବାପରେ ବାପ୍ କହିଲେ ତାଲିକାଠୁ ବି ଲମ୍ବା ହେବ । ଏକଲା ମଣିଷ ଏତେ କାମ କେମିତି ସବୁ କରିବି କହିଲ । ତମେ ଗଲ ଏଇନା ଯାଅ ତୁମଫ୍ଲାଇଟ ଟାଇମ କ’ ଣ ହେଇନି ? ଶୁଣ ଆଉ ଜମା ଜିଦ୍ କରନି, ମୋ ଦେହରେ ଆଉ ଏନର୍ଜୀ ବି ନାହିଁ । ପୁଣି ମୋତେ ଆଶ୍ରମ ବି ଯିବାର ଅଛି । ଏମିତି ଆଜି ସକାଳୁ ସକାଳୁ ମନ ବି ଭଲ ନାହିଁ ବୋଲି ସେ କହିଲେ ।

ଜିଦ୍ ଖୋର ବଡ଼ବାବୁ କିନ୍ତୁ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲେ । ବାରମ୍ବାର ଗୋଟିଏ କଥା କହୁଥାନ୍ତି ତୁମ କଥା ମୁ ଜମା ଶୁଣିବିନି, ସେ ପ୍ରଶ୍ନ କଲେ କାହିଁକି ? ଉତ୍ତର ରଖିଲେ ବଡ଼ବାବୁ “ତୁମେ ଏ ସବୁ ନଚାହିଁଲେ କ’ଣ ହେଲା । ସତ କହୁଛି ତୁମ ଆଖି କିନ୍ତୁ ସବୁ ସତ କହି ଦେଉଛି” । ଚାଲ୍ ମିଛୁଆ ପ୍ରତିଉତ୍ତର ଦେଲେ ସେ । ମୁ ତ ତୁମକୁ ପାଇ ସବୁ ଭୁଲିଯାଇଛି, ଭୁଲିଯିବାକୁ ବି ଚାହୁଁଛି । ମିଛ କହିବାରେ ତୁମେ ମାହିର ବୋଲି ବଡ଼ବାବୁଙ୍କ କଥା ଅଟକାଇ କହିଲେ ସେ । ଜବାବରେ ବଡ଼ବାବୁ କହିଲେ ମୋ ଦୁଷ୍ଟାମିକୁ ତୁମେ ସ୍ବୀକୃତି ଦେଇଛ । ବେଳେ ବେଳେ ଏ ସବୁକୁ ନେଇ ଅସହଜ କାହିଁକି ହେଉଛ ? ନିରୁତ୍ତର ରହିଲେ ସେ ।

ସି ୟୁ ଡୋଣ୍ଟ ସେ ଲାଇକ୍ ଦିଶ୍ ବୋଲି ରାଗ ରାଗ ସ୍ବରରେ ସେ କହିବାରୁ ସ୍ବର ଧିରେ ଧିରେ ଶାଣିତ କଲେ ବଡ଼ବାବୁ । ଦେଖ ନିଷ୍ପତ୍ତି ତୁମର ଆଉ ଭବିଷ୍ୟତର ରୂପରେଖ ବି । ମୁଁ ତ ରେସ୍ ରେ ଅଛି ବାସ୍ । କେତେ ବେଳେ ସେ ଆଗରେ ଆଉ କେତେବେଳେ ମୁଁ ବଡ଼ବାବୁଙ୍କ କୋହଭରା ଦି ପଦ କଥାରେ ତରଳି ଗଲେ ସେ ।

ଶୁଣ ସ୍ବାମୀଜୀଙ୍କ ସହ ତୁମକୁ ନେଇ କାହିଁକି ତୁଳନା କରୁଛ ? ସ୍ବାମୀଜୀଙ୍କ ପ୍ରଚାରପ୍ରସାର ଓ ପ୍ରବଚନ ସିନା ଲେଖୁଛି ତାଙ୍କ ସହ ବିଦେଶ ଯାଉଛି ବୋଲି ତମ ମନକୁ ଯାହା ଆସିବ କହିବ କି ବାବୁ ? ତୁମକୁ ଲାଗୁଛି ସ୍ବାମଜୀିଙ୍କ ସହ ମୋର କିଛି ସିକ୍ରେଟ ରହିଛି ? ହାଉଲୁଜର ୟୁ ଆର୍ । ଆମ ଭିତରେ ସେମିତି କିଛି ନାହିଁ ହେଲା । ଡାଉଟ କରିବା ଦୂର କର । ମୋତେ ତ ଖରାପ ଲାଗୁଛି ତୁମେ ମୋ ପାର୍ଟନର ହୋଇକି ଓହଃ ଗଡ୍_ୟୁ….

କିଛି ସମୟ ପରେ ଉଭୟେ ସେ ଓ ବଡ଼ବାବୁ ହୋଟେଲ ଛାଡ଼ିଲେ ଆଶ୍ରମରୁ ଆସିଥିବା କାରରେ ସେ ଏବଂ ପୂର୍ବରୁ ବୁକ୍ ହୋଇ ସାରିଥିବା ଓଲା କ୍ୟାବରେ ଏୟାରପୋର୍ଟ ବାହାରିଲେ ବଡ଼ବାବୁ । ଗଲା ବେଳେ କିନ୍ତୁ ଆଲିଙ୍ଗନ ସହ ମୁଖମଣ୍ଡଳରେ ତାଙ୍କୁ ଚୁମ୍ବନଟିଏ ଦେଲେ । ଶୀଘ୍ର ଫେରିଆସି ଦୁହିଙ୍କ ସମ୍ପର୍କ ସାର୍ବଜନୀନ କରିବେ । ସିକ୍ରେଟ ନୁହଁ ଖୁଲମ ଖୁଲା ପ୍ରେମ କରିବେ । ସେ ବି କହିଲେ ହଁ ମୁ ଫେରିଲେ ତୁମର ।

Share this story

World Odia Language Conferene