ସାବାଡ଼ ହେବେ ଅଧ୍ୟାପକ : ବାୟୋମେଟ୍ରିକ ବ୍ୟବସ୍ଥାକୁ ଅବିଭାବକ ମହଲରେ ସ୍ୱାଗତ

ସାବାଡ଼ ହେବେ ଅଧ୍ୟାପକ : ବାୟୋମେଟ୍ରିକ ବ୍ୟବସ୍ଥାକୁ ଅବିଭାବକ ମହଲରେ ସ୍ୱାଗତ
ସାବାଡ଼ ହେବେ ଅଧ୍ୟାପକ : ବାୟୋମେଟ୍ରିକ ବ୍ୟବସ୍ଥାକୁ ଅବିଭାବକ ମହଲରେ ସ୍ୱାଗତ

ଭୁବନେଶ୍ୱର: ଅଧ୍ୟାପକଗଣ ସାବଧାନ ! ଆଉ ମନମାନି ଚଳିବ ନାହିଁ । କାରଣ ଏଣିକି ରାଜ୍ୟର ୪୯୦ଟି ଜୁନିୟର କଲେଜରେ ଲାଗିବ ବାୟୋମେଟ୍ରିକ ମେସିନ । ଯାଞ୍ଚ ହେବ ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ । ନିର୍ଦ୍ଧିଷ୍ଟ ସମୟରେ ହେବ ପାଠପଢା । ଚଳିତ ବର୍ଷ କିଛି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ନୈରାଶ୍ୟ ଜନକ ହେବାପରେ ଏଭଳି କଡା ପଦକ୍ଷେପ ନେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ ।

କିଛିଦିନ ତଳେ ଅଧ୍ୟାପକ ସମ୍ମିଳନୀରେ ଯୋଗ ଦେବା ଅବସରରେ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଥିଲେ ମାନ୍ୟବର ମନ୍ତ୍ରୀ । ଅଧ୍ୟାପକଙ୍କ ଉପସ୍ଥାନ କେତେକ ସ୍ଥାନରେ ଛାତ୍ରଙ୍କ ଠାରୁ ମଧ୍ୟ କମ ଥିବା ନେଇ ଜାଣିବା ପରେ ଆକ୍ସନ ମୋଡ଼କୁ ଆସିଥିଲେ ମନ୍ତ୍ରୀ । ତୁରନ୍ତ ଅଧ୍ୟାପକଙ୍କ ଉପସ୍ଥାନ ଯାଞ୍ଚ ପାଇଁ ପଦକ୍ଷେପ ନେଇଥିଲେ । ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବ ବୋଲି ଆଶା ରଖିଛି ଉଚ୍ଚଶିକ୍ଷା ବିଭାଗ ।

ଅନ୍ୟପଟରେ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ମୁଖ୍ୟତଃ ଅବିଭାବକ ମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ପିଲାଙ୍କ ଉଜ୍ବଳ ଭବିଷ୍ୟତ ଗଢିବାରେ ବେଶ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପକୁ ବିଭିନ୍ନ କୋଣ ଅନୁକୋଣରୁ ସାଧୁବାଦ ଜଣାଯାଇଛି ।

ଏଭଳି ନିଷ୍ପତ୍ତି ଫଳରେ ଅଧ୍ୟାପକ ମାନେ କଲେଜରେ ଗୋଟିଏ କ୍ଲାସ କରିଦେଇ କୋଚିଂ ସେଣ୍ଟରରେ ଦିନ କାଟିବେ ନାହିଁ । ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଅବିଭାବକ ମତ ରଖିଛନ୍ତି । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଏକ ଶୈକ୍ଷିକ ପରିବେଶ ସୃଷ୍ଟି ନିମନ୍ତେ ଏହା ବେଶ ସହାୟକ ହେବ ବୋଲି ଅବିଭାବକ ଓ ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

Share this story

World Odia Language Conferene