ମାଡି ଆସୁଛି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା ‘ବାୟୁ’, ପଢ଼ନ୍ତୁ ଭାରତର କେଉଁ ଅଞ୍ଚଳରେ ତାଣ୍ଡବ ରଚିବ…

ମାଡି ଆସୁଛି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା ‘ବାୟୁ’, ପଢ଼ନ୍ତୁ ଭାରତର କେଉଁ ଅଞ୍ଚଳରେ ତାଣ୍ଡବ ରଚିବ…
ମାଡି ଆସୁଛି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା ‘ବାୟୁ’, ପଢ଼ନ୍ତୁ ଭାରତର କେଉଁ ଅଞ୍ଚଳରେ ତାଣ୍ଡବ ରଚିବ…

ଭୁବନେଶ୍ୱର: ନାଁ ଯେମିତି ତାହାର ପ୍ରଳୟ ବି ସେପରି ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ଆମେ ଏଠି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା କଥା କହୁଛୁ ଯାହା ଭାରତର ଉପକୂଳ ଅଞ୍ଚଳ ଆଡକୁ ଅତି ତୀବ୍ର ଗତିରେ ମାଡିଆସୁଛି । ଏହି ବାତ୍ୟାର ନାଁ ‘ବାୟୁ’ ବୋଲି ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ବାୟୁ’ ଏବେ ଆରବ ସାଗରରେ ଘନିଭୂତ ହେବାକୁ ଯାଉଛି । ଯାହା ୨୪ ଘଣ୍ଟା ଭିତରେ ଭୟଙ୍କର ରୂପ ନେବାକୁ ଯାଉଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଏହି ବାତ୍ୟା ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । ମୁମ୍ବାଇଠାରୁ ବାୟୁ ଦକ୍ଷିଣ-ଦକ୍ଷିଣ ପଞ୍ଚିମ ଦିଗରେ ଗତି କରୁଛି । ଯାହା ଏବେ ମୁମ୍ବାଇଠାରୁ ୫୪୦ କିଲୋମିଟର ଦୂରରେ ରହିଛି । ଗୁରୁବାର ସୁଦ୍ଧା ଏହି ଝଡ଼ ବାତ୍ୟା ଉଗ୍ରରୂପ ନେଇ ଗୁଜୁରାଟର ପୋରବନ୍ଦର ଓ ମହୁଭା ଏବଂ ଭେରାଭାଲ ଓ ଦିଉ ଉପକୂଳରେ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପବନର ବେଗ ଗୁରୁବାର ଦିନ ସକାଳୁ ୧୫୦ କିଲୋମିଟରରୁ ଅଧିକ ରହିବ ବୋଲି ସୁଚନା ମିଳିଛି ।

Share this story

World Odia Language Conferene