ପିସିସି ସଭାପତି ଗାଦି ଛାଡିଲେ ନିରଞ୍ଜନ, ଇସ୍ତଫା ଦେଲେ

ପିସିସି ସଭାପତି ଗାଦି ଛାଡିଲେ ନିରଞ୍ଜନ, ଇସ୍ତଫା ଦେଲେ
ପିସିସି ସଭାପତି ଗାଦି ଛାଡିଲେ ନିରଞ୍ଜନ, ଇସ୍ତଫା ଦେଲେ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ । ଆଜି ସେ ନିଜ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି ।ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ ନିଜ ଇସ୍ତଫା ଦେଇଛନ୍ତି ।

ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା କହିଲେ । କଂଗ୍ରେସକୁ ସୁଦୃଢ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେ ଏଥିରେ ବିଫଳ ହୋଇଥିବା କହିଛନ୍ତି । ଏଣୁ ପିସିସି ସଭାପତି ଭାବେ ରହିବାର ତାଙ୍କର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ଏହାସହ ଓଡ଼ିଶାରେ ୫ମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କର ଏହି ବିଜୟ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଦଳର ବିଜୟୀ ବିଧାୟକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ କଂଗ୍ରେସ ସାରା ରାଜ୍ୟରେ ୯ଟି ବିଧାନସଭା ଆସନରେ ବିଜୟଲାଭ କରିଥିବା ବେଳେ ଗୋଟିଏ ଲୋକସଭା ଆସନରେ ଜୟଯୁକ୍ତ ହୋଇଛି । ତେବେ ନିରଞ୍ଜନ ଉଭୟ ଭଣ୍ଡାରିପୋଖରୀ ଓ ଘଷିପୁରା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ପୁଅ ବାଲେଶ୍ଵର ଲୋକସଭା ଆସନରୁ ହାରିଯାଇଛନ୍ତି ।

Share this story

World Odia Language Conferene