ଧୂଳିଝଡ଼ ବର୍ଷା ସହ ବଜ୍ରପାତ, ଚାରି ଜିଲ୍ଲାକୁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

ଧୂଳିଝଡ଼ ବର୍ଷା ସହ ବଜ୍ରପାତ, ଚାରି ଜିଲ୍ଲାକୁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ
ଧୂଳିଝଡ଼ ବର୍ଷା ସହ ବଜ୍ରପାତ, ଚାରି ଜିଲ୍ଲାକୁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗୋଟେ ପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟରେ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ପାଣିପାଗ ଆକଳନ କରି ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼ ସହ ବର୍ଷା ଓ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହି ଜିଲ୍ଲା ଗୁଡ଼ିକରେ ରାତି ଯାଏଁ ସତର୍କ ରହିବାକୁ କୁହାଯାଇଛି । ଏହି ମସୟରେ ହାଲ୍‌କା ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଫଳରେ ବର୍ଷା ହେଲେ ଲୋକେ ଖରା ତାତିରୁ ତ୍ରାହି ପାଇବେ ।

Share this story

World Odia Language Conferene