ଅପର୍ଣ୍ଣା ଓ ରେଡ୍ ପଏଜନ

ଅପର୍ଣ୍ଣା ଓ ରେଡ୍ ପଏଜନ
ଅପର୍ଣ୍ଣା ଓ ରେଡ୍ ପଏଜନ

ବ୍ୟସ୍ତବହୁଳ ବେଙ୍ଗଳୁରୁ । ସବୁବେଳେ ଜଗମଗାଇଥାଏ ଏହି ଐତିହ ସଂପନ୍ନ ହାଇଟେକ ସହର । କେବେ ବିଶ୍ରାମ ନେଉନଥିବା ଏବଂ ଥକୁନଥିବା ସହର । ଠିକ୍ ଅପର୍ଣ୍ଣା ମ୍ୟାଡମଙ୍କ ଭବ୍ୟ ଆପାର୍ଟମେଣ୍ଟର ଲିଫ୍ଟ ଭଳି । ସେ ଦିନ ଦିନେଶଙ୍କୁ ଇଭିନିଙ୍ଗ ଫେମଲି ପାର୍ଟି ପାଇଁ ନିମନ୍ତ୍ରଣ ରହିଥିଲା । ନିଜେ ଅପର୍ଣ୍ଣା ମ୍ୟାଡମ ଅଫିସରେ ଦିନେଶକୁ କହିଥିଲେ ତୁମେ ନିଶ୍ଚେ ଆସିବ ।

ହଁ ବ୍ୟତିତ ନା କହିବାର କୌଣସି କାରଣ ନଥିଲା ଦିନେଶଙ୍କ ପାଖରେ । ଅଫିସରେ ସେ ସିନିୟର କଥା ତ ମାନିବାକୁ ପଡ଼ିବ । କମ୍ ଦିନର ଜବ୍ ଭିତରେ ଅପର୍ଣ୍ଣା ମ୍ୟାଡମ ଖୁବ୍ ଘନିଷ୍ଠ ହୋଇ ସାରିଛନ୍ତି ଦିନେଶଙ୍କ ସହ । ନୂଆ ସହର, ନୂଆ ଲୋକଙ୍କ ଭିଡ଼ରେ ସେ କେବଳ ଜଣେ ଆପଣାର ଅତି ଆପଣାର । ଯାହାକୁ ମନଖୋଲି ସବୁ କହିପାରେ ଦିନେଶ । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ସଂପର୍କର ରବପ ନେଇନି ସତ, କିନ୍ତୁ କାହାକୁ ଅଛପା ବି ନଥିଲା ।

ପ୍ରାୟ ଅଧଘଣ୍ଟା ହେବ ତ୍ରିଶୁଲ୍ ଆପାର୍ଟମେଣ୍ଟର ସି-୧ ବ୍ଲକରେ ୱେଟ କରିଛି ଦିନେଶ । କଲ୍ ଥରେ ନୁହଁ ତିନି ଥର କରିସାରିଲାଣି ଦିନେଶ, ଆରପଟୁ ଅପର୍ଣ୍ଣା ମ୍ୟାଡାମଙ୍କ କୌଣସି କଲ୍ ବ୍ୟାକ ନାହିଁ । ଏତେ କମ୍ ସମୟର ୱେଟ୍ କିନ୍ତୁ ଟଲରେଟ କରିପାରୁନଥିଲେ ଦିନେଶ । ଭେନ୍ୟୁରୁ ଫେରିବାକୁ ଉଦ୍ୟତ ହେଉଥିବା ବେଳେ କଲ୍ ଆସିଲା ସରି ଡିଅର ଜଷ୍ଟ ୱେଟ ଫାଇବ ମିନିଟ ମୋର୍ .. ଆଇ ଆମ କମିଙ୍ଗ । ଓକେ ସି ୟୁ ଦେନ୍…ଧିର ସ୍ବରରେ ଉତ୍ତର ଦେଲା ଦିନେଶ ।

ଆଗରୁ ଅନେକ ଥର ଦିନେଶ ଅପର୍ଣ୍ଣାଙ୍କୁ ଦେଖିଛି । ଆଜି କିନ୍ତୁ ଟିକେ ନିଆରା ଲାଗୁଛନ୍ତି ଦିନେଶଙ୍କ ପାଇଁ । କୁହନ୍ତିନି ମେନ୍ ଇଜ୍ ଅଲୱେଜ୍ ଏ ମେନ୍ । ରାଇଟ, କିଛି ସମୟ ପାଇଁ ଦିନେଶ କିଛି ଆଗକୁ ଭାବି ନେଇଥିଲା । ହୁଏତ ଏ ସବୁ ଦିନେଶଙ୍କ ପାଇଁ । ଦିନେଶ ଏତେ ବୋକା ବି ନଥିଲା ଯେ, ଅପର୍ଣ୍ଣାଙ୍କ ସଫ୍ଟ ଫିଲିଙ୍ଗ ଏଣ୍ଡ ୱିକନେସ୍ ଜାଣି ପାରବନି ।

ଅପର୍ଣ୍ଣା ଆସିଲେ, କମ ଅନ ଲେଟ୍ସ ମୁଭ୍ କହି ହସ ହସ ମୁହଁରେ ଫ୍ଲାଟକୁ ଯିବାକୁ ଆମନ୍ତ୍ରଣ କଲେ । ୟା ପେହେଲେ ଆପ୍ …କହି ଆଗକୁ ଯିବା ଆରମ୍ଭ କଲେ ଦିନେଶ । ନୋ ନୋ ନଟ୍ ଦିସ୍ ୱେ, ପ୍ଲିଜ୍ ଫଲୋ ମି …ୟା । ଦିସ ୱାନ ଲିଫ୍ଟ ନମ୍ବର ୮ ଇଟ୍ସ ଗୋଇଙ୍ଗ ଟୁ ମାଇ ଫ୍ଲାଟ ଆକ୍ଚେୟୁଏଲି । ଓହଃ ଆଇ ଲି କହି ମୁଣ୍ଡ ହଲାଇଲେ ଏକ ସାଧାରଣ ସହରର ବାସିନ୍ଦା ଦିନେଶ ।

ଲିଫ୍ଟରେ ପ୍ରବେଶ କଲେ ଦୁହେଁ ଆଉ କେହି ନଥାନ୍ତି । ଦୁହେଁ ଚୁପ୍ ଥିଲେ କେବଳ ଜଣେ ଆରଜଣଙ୍କୁ ଚାହିଁ ହସିବା ବ୍ୟତିତ । ଆପାର୍ଟମେଣ୍ଟର ୮ ନମ୍ବର ମହଲାରେ ଅପର୍ଣ୍ଣାଙ୍କ ଫ୍ଲାଟ ସମୟ ତ ଲାଗିବ । ଲାଜ ଲାଜ ସ୍ବଭାବର ଦିନେଶଙ୍କୁ ଜଷ୍ଟ ହାଲକା ଆଉ ଫ୍ରେଣ୍ଡଲି କରିବା ପାଇଁ ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କୁ କିସ୍ କରି ବସନ୍ତି । ହୁଏତ କେତେ ଦିନର ସୁପ୍ତ ଇଚ୍ଛା ପୂରଣ ପାଇଁ ସୁଯୋଗକୁ ୱେଟ୍ କରିଥିଲେ । ଦିନେଶ ବେଶି କିଛି ଭାବି ପୂର୍ବରୁ ହିଁ ଅପର୍ଣ୍ଣାଙ୍କ ୮ ମହଲା ଆସିଗଲା । ନିଜ ରୁମକୁ ଦିନେଶଙ୍କ ହାତ ଧରି ପାଛୋଟି ନେଲେ ସେ ।

ଫେମଲି ପାର୍ଟି କିନ୍ତୁ ରୁମ୍ ରେ କହି ନଥାନ୍ତି ଏନେଇ ଯେତେ ବେଳେ ଦିନେଶ ପ୍ରଶ୍ନ କଲେ ଉତ୍ତର ଆସିଲା ଏ ସବୁ ତୁମରି ପାଇଁ । ଓହଃ ମାଇଁ ଗଡ୍ । ଦିନେଶ ନିରବ ମୁହଁର ଠାଣି କହୁଥିଲା ସେ ଏ ସବୁ ଶୁଣି ଏବଂ ଘରର ଡେକୋରସେନ ଦେଖି ବେଶ ଚକିତ ହୋଇ ଯାଇଥିଲେ । ହୁଏତ ସେ ଯାଗାରେ ଯିଏ ବି ରହିବ ସେ ବି ଠିକ୍ ଏମିତ୍ ରିଆକ୍ଟ କରିବା ସ୍ବାଭାବିକ ।

କିଛି ସମୟ ପରେ ରେଡ୍ ୱାଇନ ଆଉ କିଛି ଫ୍ରୁଟ୍ ନେଇ ଆସିଲେ ଅପର୍ଣ୍ଣା । ପ୍ରଥମେ ନା ତା ପରେ ଜିଦି କରିବାରୁ ଅପର୍ଣ୍ଣାଙ୍କ କଥା ଭାଙ୍ଗି ପାରିନଥିଲେ ଦିନେଶ । ଆଗରୁ ଅନେକ ଥର ୱାଇନ, ଭଡକା, ରମ ପିଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେ ରେଡ୍ ୱାଇନ ତାହା ପୁଣି ୱିଥ୍ ସମୱାନ । କିଛି ସମୟ ପରେ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ତ୍ରିଶୁଲ ଆପାର୍ଟମେଣ୍ଟ ଏବଂ ଲିଫ୍ଟ ନମ୍ବର ୮କୁ ପାର୍ କରି ଆସି ପାରିନଥିଲେ ଦିନେଶ ।

୮ ବର୍ଷ ପରେ ଆଜି ସେ ଠିକଣା ଦିନେଶଙ୍କ । ଅପର୍ଣା ମ୍ୟାଡାମ ଏବେ ମିଶେସ ଦିନେଶ । ଦିନେଶ କିନ୍ତୁ ଆଜି ବି ମନେ ରଖିଛନ୍ତି, ସେ ଦିନର ସେ ରେଡ୍ ପଏଜନ ଆଜି ମଧୁ ହୋଇ ଜୀବନରେ କେବଳ ଖୁସି ଆଉ ଖିସି ହିଁ ଦେଉଛି ।

Share this story

World Odia Language Conferene