ଅକ୍ଷୟଙ୍କ ‘ମିଶନ ମଙ୍ଗଳ’

ଅକ୍ଷୟଙ୍କ ‘ମିଶନ ମଙ୍ଗଳ’
ଅକ୍ଷୟଙ୍କ ‘ମିଶନ ମଙ୍ଗଳ’

ମୁମ୍ବାଇ: ସିନେପ୍ରେମୀ ଖାସ୍‌ କରି ଖିଲାଡି ଷ୍ଟାରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ବଡ଼ ତାରକା, ବଡ଼ ବଜେଟ ଓ ବଡ଼ ସେଟ୍‌ ସହ ପରଦାକୁ ଆସୁଛନ୍ତି ଅକ୍ଷୟ । ପ୍ରେରଣାଦାୟୀ କାହାଣୀ, କାହାଣୀ ଆମ ନୂଆ ଭାରତର, କଥା ଆମ ସମାଜର , ଗୌରବ ଆମ ବିଜ୍ଞାନର । ହଁ ଆପଣଙ୍କ ମନରେ ବି କିଛି କିଛି ପ୍ରଶ୍ନ ଉଙ୍କି ମାରୁଥିବା ନିଶ୍ଚୟ । ଆମେ କହୁଛି ଅକ୍ଷୟ କୁମାର, ବିଦ୍ୟାବାଲାନ, ତାପସୀ ପନନୁ, ସୋନାକ୍ଷୀ ସିହ୍ନାଙ୍କ ଭଳି ତାରକା । ଏହି ମଲ୍ଟି ଷ୍ଟାରର ଫିଲ୍ମ ତିଆରୀ ହୋଇଛି ଭାରତ ପାଇଁ ଗୌରବ ଆଣିଥିବା ଇସ୍ରୋର ମଙ୍ଗଳ ଅଭିଯାନର ସଫଳ ଉତ୍ତକ୍ଷପଣକୁ ନେଇ ।

ଗତକାଲି (ମଙ୍ଗଳବାର) ହିଁ ୟୁଟୁବ୍‌ରେ ଏହାର ଟିଜର ରିଲିଜ କରାଯାଇଛି । ଟ୍ରେଲର ପୂର୍ବରୁ ରିଲିଜ୍‌ ହୋଇଥିବା ଏହି ଟ୍ରିଜ୍‌ର ଏତେ ଦମଦାର ରହିଛି ଯେ, ଏହାକୁ ରେକର୍ଡ ସଂଖ୍ୟକ ସୋସିଆଲ ମିଡିଆ ୟୁଜର୍ସ ଦେଖିସାରିଲେଣି । ୪୫ ସେକେଣ୍ଡର ଟିଜରରେ ଗୋଟିଏ ଦେଶ ଗୋଟିଏ ସ୍ୱପ୍ନ ଏବଂ ଗୋଟିଏ ଇତିହାସକୁ ବର୍ଣ୍ଣନା କରାଯାଇଛି । ଦେଶଭକ୍ତିର ଏହି ସିନେମାର ଟିଜରରେ ହିଁ ସମସ୍ତ କଳାକାରଙ୍କୁ ଦୃଶ୍ୟାୟନ କରାଯାଇଛି । ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାର ଷ୍ଟାରର ଏହି ମୁଭି ରିଲିଜ୍‌ ହେବ ।

ଏହା ପୂର୍ବରୁ ନିଜର ଟ୍ଵିଟର ପେଜ୍‌ରେ ଅକ୍ଷୟ ଲେଖିଛନ୍ତି ଯେ, ଚଳିତ ସ୍ୱାଧୀନତା ଦିବସରେ, ସ୍ୱପ୍ନ ସବୁ ଉଡ଼ାଣ ଭରିବେ । ହଲିଉଡ୍‌ର ଷ୍ଟାର-ଟ୍ରେକ, ଷ୍ଟାର-ୱାର୍ସ ଏବଂ ଗ୍ରାଭିଟି ଭଳି ଅନ୍ତରୀକ୍ଷ ଫିଲ୍ମ ନିର୍ମାଣ ହୋଇସାରି ଲୋକପ୍ରିୟତା ହାସଲ କରିଥିବା ବେଳେ ଅକ୍ଷୟଙ୍କ ଏହି ଫିଲ୍ମ ବି ବେଶ୍‌ ସଫଳ ହେବାକୁ ଆଶା ରଖିଛନ୍ତି ଅକ୍ଷୟ ।

Share this story

World Odia Language Conferene